ସୁବର୍ଣ୍ଣପୁରରେ ଶବକୁ ଅସମ୍ମାନ ; ଚାରିକାନ୍ଧ ନମିଳିବାକୁ ଠେଲାରେ ବୁହା ହେଲା ଶବ

Published By : Prameya-News7 Bureau | October 07, 2018 IST

ସୁବର୍ଣ୍ଣପୁର ୭|୧୦:   ପୁଣି ଶବକୁ ଅସମ୍ମାନ । ଚାରିକାନ୍ଧ ନମିଳିବାକୁ ଠେଲାରେ ବୁହା ହେଲା ଶବ । ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ । ଅଚ୍ୟୁତ ମହାପାତ୍ରଙ୍କ ସ୍ତ୍ରୀ ସୁମିତ୍ରା ମହାପାତ୍ର କିଡନୀ ରୋଗରେ ଅସୁସ୍ଥ ବିଗତ ୩ ଦିନ ହେଲା ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପତ୍ନୀଙ୍କ ଶବ ଘରକୁ ନେବା ପାଇଁ ମହାପ୍ରାୟାଣ ଗାଡିକୁ କହିଥିଲେ ହେଲେ ମେଡିକାଲ ତରଫରୁ ଗାଡି ନମିଳିବାରୁ ବାଧ୍ୟ ହୋଇ ଭଡା ଗାଡିରେ ଶବକୁ ଘରକୁ ନେଇଥିଲେ । ଅଚ୍ୟୁତ ମହାପାତ୍ର ଅଧିବାସୀ ହୋଇଥିବାରୁ ସୁମିତ୍ରାଙ୍କ ଶବକୁ କାନ୍ଧ ଦେବାକୁ ମଧ୍ୟ ମନା କରିଦେଇଥିଲେ ପାଖ ପଡୋଶୀ । ଫଳରେ ବାଧ୍ୟ ହୋଇ ଅଚ୍ୟୁତଙ୍କ ଜ୍ବାଇଁ ହେମନ୍ତ ତ୍ରିପାଠୀ ଏକ ଠେଲାରେ ଶବକୁ ବୋହି ମଶାଣିଙ୍କୁ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.