ବୃଦ୍ଧାଙ୍କ ଶବକୁ ମିଳିଲାନି କାନ୍ଧ ; ସାଇକେଲରେ ବୁହା ହେଲା ଶବ

Published By : Prameya-News7 Bureau | January 10, 2019 IST

ଅନୁଗୁଳ ୧୦|୧:  ସାଇକେଲରେ ବୁହା ହେଲା ବୃଦ୍ଧାଙ୍କ ଶବ । ଅନୁଗୁଳ ଜିଲ୍ଲା ଶରଧାପୁର ଗାଁରେ ଦେଖିବାକୁ ମିଳିଛି ଏଭଳ ଅଭାବନୀୟ ଘଟଣା। ଗ୍ରାମବାସୀ ବୃଦ୍ଧଙ୍କ ଶବକୁ ଶ୍ମଶାନକୁ ନେବା ପାଇଁ କାନ୍ଧ ନଦେବାରୁ ଶେଷରେ ନାତି ଏବଂ ତାଙ୍କ ସ୍ତ୍ରୀ ମିଶି ସାଇକେଲରେ ବୋହି ନେଲେ ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଶରଧାପୁର ଗାଁର ପଠାଣି ବେହେରାଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ଆଜି ସକାଳେ ତାଙ୍କ ମୃତଦେହକୁ ଶ୍ମଶାନକୁ ନେବାପାଇଁ କେହି ଗ୍ରାମବାସୀ ପରିବରଲୋକଙ୍କୁ ସାହାଯ୍ୟ କରିନଥିଲେ । ଫଳରେ ମୃତ ବୃଦ୍ଧାଙ୍କ ନାତି ମାନସ ବେହେରା ଏବଂ ତାଙ୍କ ସ୍ତ୍ରୀ ମିଶି ସାଇକେଲରେ ଘରଠାରୁ ୧ କିମି ଦୂର ଶ୍ମଶାନକୁ ବୋହି ନେଇଥିଲେ ଶେଷକୃତ୍ୟ ପାଇଁ । ବୃଦ୍ଧା ଜଣଙ୍କ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ । ତେଣୁ ଯିଏ ତାଙ୍କ ଶବକୁ ଛୁଇଁବ ସେ ମନ୍ଦିରରେ ଯାଇ ଶୌଦ୍ଧ ହେବା ସହ ଜାତି ମଧ୍ୟ ହେବ ବୋଲି ଗ୍ରାମବାସୀଙ୍କର ପ୍ରଥା ରହିଛି । ଫଳରେ ବୃଦ୍ଧାଙ୍କୁ କେହି କାନ୍ଧ ଦେଇନଥିଲେ କି ଛୁଇଁ ନଥିଲେ । ଏଭଳି ମାନସିକତା ଗାଁ ଗହଳିରେ ବହୁ ଦିନରୁ ଚାଲି ଆସୁ ଅଛି। ବର୍ଷ ବର୍ଷ ଧରି ଯିଏ ଗାଁରେ ବାସ ବାସ କରି ଜୀବନ ବିତାଇଛି ଗାଁ ପାଇଁ ସବୁ ତ୍ୟାଗ କରିଛି ଶେଷ ଅବସ୍ଥାରେ ତାଙ୍କ ସହ ଏମିତି କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.