ଗାଁକୁ ନାହିଁ ରାସ୍ତା, ଖଟିଆରେ ୫ କି.ମି. ବୁହାହେଲା ଶବ

Published By : Prameya-News7 Bureau | August 27, 2019 IST

କଳାହାଣ୍ଡି ୨୭|୮: ଖଟିଆରେ ୫ କିମି ବୁହା ହେଲା ଶବ । ରାସ୍ତା ଖରାପ ଯୋଗୁଁ ଗାଁରେ ପହଞ୍ଚି ପାରିଲା ନାହିଁ ଗାଡି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ବାଗବିଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଯୋମନ୍ଥୀ ମାଝୀ । ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଗତକାଲି ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଶବକୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇ ଥିଲେ ହେଁ ଗାଁ ରାସ୍ତା ଖରାପ ଯୋଗୁଁ ୫ କିମି ଖଟିଆରେ ବୋହିବାକୁ ପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.