ପୁଣି ଶବକୁ ଅସମ୍ମାନ : ବୃଦ୍ଧଙ୍କ ଶବକୁ ଝୁଲାରେ ବୋହିଲେ ପରିବାରଲୋକ

କଳାହାଣ୍ଡି ୧୬|୭: କଳାହାଣ୍ଡିରେ ପୁଣି ଝୁଲାରେ ବୁହା ହେଲା ଶବ । ମହାପ୍ରୟାଣ ଗାଡି ନମିଳିବାରୁ ଝୁଲା କରି କାନ୍ଧରେ ଶବକୁ ବୋହି ନେଲେ ପରିବାରଲୋକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାମଣ୍ଡି ଜିଲ୍ଲା କାଣିଗୁମା ହସ୍ପିଟାଲ ପରିସରରେ । ହସ୍ପିଟାଲରୁ ଘର ପର୍ଯ୍ୟନ୍ତ ୫ କି.ମି. ବାଟ ଝୁଲାରେ ଶବ ବୋହି ନେଇଛନ୍ତି ।
କାଣିଗୁମା ହସ୍ପିଟାଲରୁ ମୃତକଙ୍କ ଘର ବାଲିସରା ପର୍ଯ୍ୟନ୍ତ ଚାଲି ଚାଲି ଝୁଲାରେ ଶବ ନେଇ ଗଲେ । ମୃତକ ହେଲେ ନିଗିଡି ମାଝି । ଶବ ବୋହି ନେଉଥିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଗତକାଲି ବୃଦ୍ଧଙ୍କ ମୃତ୍ୟୁ ପରେ ମୃତଦେହ ନେବାକୁ ମେଡିକାଲ ପକ୍ଷରୁ ମହାପ୍ରୟାଣ ଗାଡି ଯୋଗାଇ ଦେଇନଥିବା ଅଭିଯୋଗ ହୋଇଛି ।
157 Views
ସମ୍ବନ୍ଧିତ ଖବର
କୋରାପୁଟ ଗସ୍ତରେ ଡିଜି ଅଭୟ : ଦକ୍ଷିଣ ପଶ୍ଚିମାଞ୍ଚଳର ୬ SPଙ୍କ ସହ ଆଲୋଚନା
14 December 2019
ଡ୍ରେନରୁ ନବଜାତ ଶିଶୁକନ୍ୟା ଉଦ୍ଧାର
14 December 2019