Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫେଲ୍ ମାରିଲା ମହାପ୍ରୟାଣ ଯୋଜନା, ବାଇକ୍‌ରେ ବୁହା ହେଲା ଶବ

14/05/2019 at 9:17 AM

କୋରାପୁଟ ୧୪|୫: ବାଇକ୍‌ରେ ବୁହା ହେଲା ଶବ । ଫେଲ୍ ମାରିଲା ମହାପ୍ରୟାଣ ଯୋଜନା । ଡାକ୍ତରଖାନାରୁ ଶବ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡି ଶୁଭାରମ୍ଭ କରିଥିଲେ ବି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର କୁନ୍ଦୁରା ଡାକ୍ତରଖାନାରେ ଏହି ବ୍ୟବସ୍ଥା ଲାଗୁ ହୋଇ ପାରିନାହିଁ । ଫଳରେ ମୃତକଙ୍କ ସଂପର୍କୀୟ ମାନେ କେତେବେଳେ ଶବକୁ ଅଟୋ ତ ଆଉ କେତେବେଳେ ବାଇକ୍‌ରେ ନେବାକୁ ବାଧ୍ୟ ହେଉଛନ୍ତି ।

ଗତକାଲି ଡାକ୍ତରଖାନାରୁ ଜଣେ ମୃତକଙ୍କ ପରିବାର ଲୋକ ଶବଟିକୁ ବାଇକ୍‌ରେ ନେଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଅଭିଯୋଗ ଅନୁସାରେ କୁନ୍ଦୁରା ବ୍ଲକ୍ ବାଣୁଆଗୁଡା ପଞ୍ଚାୟତର ନାରାଗାଁରେ ଜଣେ ଓ ଆସନା ପଞ୍ଚାୟତର କାଉଡିଆଗୁଡାରେ ଜଣେ ବ୍ୟକ୍ତିଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିଲା । ଏମାନଙ୍କୁ ଗ୍ରାମବାସୀମାନେ କୁନ୍ଦୁରା ଡାକ୍ତରଖାନାକୁ ଆଣିଥିଲେ ।

ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହେବା ପରେ ମହାପ୍ରୟାଣ  ଗାଡିନଥିବାରୁ ବାଧ୍ୟ ହୋଇ ଶବକୁ ବାଇକ୍ ଯୋଗେ ଘରକୁ ଆଣିଥିଲେ ଲୋକେ । କେବଳ ଏହି ଘଟଣା ନୁହେଁ ଏମିତି ଏନେକ ଘଟଣା ଏଠାରେ ଘଟୁଥିବାରୁ ମହାପ୍ରୟାଣ ଗାଡି ବ୍ୟବସ୍ଥା ତୁରନ୍ତ ଏଠାରେ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

   Related Posts