ହିନ୍ଦୁ ଧର୍ମରେ ଯଦି କୈାଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ମୃତ ଦେହକୁ ପୋଡ଼ି ଶବ ସଂସ୍କାର କରାଯାଏ।ଶବ ସଂସ୍କାରର ୪ଦିନ ପରେ ମୃତ ଶରୀରର ଭସ୍ମକୁ ପବିତ୍ର ଜଳରେ ପ୍ରବାହିତ କରାଯାଏ। ଏପରି ପରମ୍ପରା କେବଳ ହିନ୍ଦୁ ଧର୍ମରେ ନାହିଁ ବରଂ ସବୁ ଧର୍ମରେ ରହିଛି। ଅନ୍ୟ ଧର୍ମରେ ଭସ୍ମକୁ ପବିତ୍ର ସ୍ଥାନରେ କିମ୍ବା ମୃତ ବ୍ୟକ୍ତିର ସ୍ମୃତି ସହ ଜଡ଼ିତ ସ୍ଥାନରେ ପକାଇ ଦିଅନ୍ତି।
ଅଧିକାଂଶ ସ୍ଥଳରେ ଶବ ସଂସ୍କାରର ୪ଦିନ ପରେ ଗଙ୍ଗା କିମ୍ବା ଅନ୍ୟ ପବିତ୍ର ନଦୀରେ ଭସାଇ ଦିଆଯାଇଥାଏ। ଆଉ କେତେକ କ୍ଷେତ୍ରରେ ଯଦି ଏପରି କରିବା ସମ୍ଭବପର ନହେଲା ତେବେ ଭସ୍ମକୁ କୈାଣସି ପାତ୍ରରେ ସୁରକ୍ଷିତ ରଖାଯାଇଥାଏ ଯେପର୍ଯ୍ୟନ୍ତ ଏହା ନଦୀରେ ଭସାଇ ନ ଦିଆଯାଇଛି।
ଭସ୍ମକୁ ନଦୀରେ ଭସାଇଦିଆଯିବାର ଉଭୟ ବୈଜ୍ଞାନିକ ଏବଂ ଧାର୍ମିକ କାରଣ ରହିଛି।
{"id":63979}
ଧାର୍ମିକ କାରଣ:
ଆମ ଶାସ୍ତ୍ରରେ ଲେଖାଯାଇଛି ଯେ ସମସ୍ତ ନଦୀ ପବିତ୍ର ହୋଇଥାନ୍ତି ଏବଂ ଗଙ୍ଗା ନଦୀ ସବୁଠୁ ପବିତ୍ର ନଦୀ। କଚ୍ଛପ ପୁରାଣ ଅନୁସାରେ ଯଦି ମୃତ ବ୍ୟକ୍ତିଙ୍କ ଭସ୍ମ ଗଙ୍ଗାରେ ପ୍ରବାହିତ କରାଯାଏ ତେବେ ସେହି ବ୍ୟକ୍ତିର ଆତ୍ମା ସମସ୍ତ ପାପରୁ ମୁକ୍ତ ହୋଇଯାଇଥାଏ। ଯେଯାଏଁ ସେହି ବ୍ୟକ୍ତିର ଭସ୍ମ ଗଙ୍ଗାରେ ପ୍ରବାହିତ ହେଉଥାଏ ସେହି ସମୟ ଯାଏଁ ସେ ସ୍ବର୍ଗୀୟ ସୁଖ ଲାଭ କରିଥାଏ । ଏହା ପରେ ସେ ମୁକ୍ତ ହୋଇଯାଇଥାଏ।
ବୈଜ୍ଞାନିକ କାରଣ:
ସନାତନ ଧର୍ମର ପ୍ରତ୍ୟେକ କର୍ମକାଣ୍ଡ ପଛରେ କୈାଣସି ନା କୈାଣସି ବୈଜ୍ଞାନିକ କାରଣ ରହିଥାଏ। ମୃତ ଶରୀରର ଭସ୍ମକୁ ନଦୀ ସ୍ରୋତରେ ଭସାଇବା ପଛରେ ଅନେକ ବିଦ୍ବାନମାନେ ବୈଜ୍ଞାନିକ କାରଣ କହିଛନ୍ତି। ତାଙ୍କ କହିବା ଅନୁସାରେ ଆମ ଦେଶର କୃଷି ବ୍ୟବସ୍ଥା ନଦୀ ଉପରେ ନିର୍ଭର କରିଥାଏ।
ନଦୀର ଜଳ କ୍ଷେତରେ ସିଞ୍ଚନର କାମ କରିଥାଏ। ମୃତ ବ୍ୟକ୍ତିଙ୍କ ଶରୀରର ଭସ୍ମ ଜଳରେ ପ୍ରବାହିତ କରାଯାଉଥିବାବେଳେ ଭସ୍ମ ସହ ଅନ୍ୟ ତତ୍ତ୍ବ ମଧ୍ୟ ଜଳରେ ମିଶିଥାଏ। ତତ୍ତ୍ବଗୁଡ଼ିକ ମଧ୍ୟରେ ଫସପରସ୍ ମୁଖ୍ୟ ଯାହା ଆମ ହାଡ଼ରେ ଥାଏ।
ଫସଫରସ୍ ଫସଲ ନିମନ୍ତେ ଉପଯୋଗୀ ହୋଇଥାଏ।