ସୁପ୍ରୁ ବାହାରିଲା ମଲା ବାଦୁଡ଼ି: କିନ୍ତୁ ତା’ ଆଗରୁ ପରିବାର ଲୋକେ ପିଇ ସାରିଥିଲେ ସେମାନଙ୍କ ଭାଗ, ତାପରେ…
24/07/2020 at 6:03 PM

ବୁହାନ ୨୪/୦୭ : ଚୀନରୁ ସାରା ଦୁନିଆକୁ ବ୍ୟାପିଥିବ କରୋନା ଭାଇରସ ବର୍ତ୍ତମାନ ବିକ୍ରଲ ରୂପ ନେଲଣି | କରୋନା ଭାଇରସକୁ ନେଇ ଏବେ ସୁଦ୍ଧା ବୈଜ୍ଞାନିକ ଏକମତ ହୋଇପାରି ନାହାନ୍ତି | କିଛି ବୈଜ୍ଞାନିକ ଦାବି କରିଛନ୍ତି ଯେ ଭାଇରସ ବାଦୁଡ଼ି ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ କରିଛି | କିନ୍ତୁ ଆଉ କିଛି ବୈଜ୍ଞାନିକ ଏଥିରେ ଏକମତ ନୁହନ୍ତି | ଚୀନରେ କରୋନା ମାମଲା କମିବା ପରେ ପୁଣିଥରେ ସି-ଫୁଡ ଓ ମାଂସ ମାର୍କେଟ ଖୋଲିଯାଇଛି | ଇତି ମଧ୍ୟରେ ଚୀନରୁ ଆଉ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି | ମାମଲା ଚୀନ ବୁହାନ ସହରର | ଏଠାରେ ଜଣେ ବ୍ୟକ୍ତି ସୁପ ଅର୍ଡର କରିଥିଲେ | ପରିବାର ଲୋକ ଯେମିତି ସୁପ୍ ଖୋଲିଲେ ସେଥିରୁ ମଲା ବାଦୁଡ଼ି ବାହାରିଥିଲା |
ମିଡ଼ିଆ ରିପୋର୍ଟ ଅନୁଯାୟୀ, ଯେଉଁ ବ୍ୟକ୍ତି ସୁପ୍ ଅର୍ଡର୍ କରିଥିଲେ ତାଙ୍କ ନାଁ ଚେନ୍ | ସେ ହୁଵେଇ ଅଞ୍ଚଳରେ ରୁହନ୍ତି | ଚେନେ ଏକ ରେସ୍ତୋରାଁରୁ ଫ୍ରୋଜେନ୍ ପୋର୍କ ସୁପ୍ ଅର୍ଡର କରିଥିଲେ | ସ୍ଥାନୀୟ ମିଡ଼ିଆ ଅନୁସାରେ, ସେ ଯେମିତି ସୁପ୍ ବାହାର କଲେ ସେଥିରୁ ମଲା ବାଦୁଡ଼ି ବାହାରିଥିଲା | ଚେନ୍ ନିଜର ପୁରା ପରିବାର ପାଇଁ ସୁପ୍ ମଗେଇଥିଲେ | ଅଲଗା ଅଲଗା ଡବାରେ ସୁପ୍ ଆସିଥିବା କାରଣରୁ ପରିବାର ସଦସ୍ୟ ପିଇଦେଇଥିଲେ | କିନ୍ତୁ ଚେନ୍ ଯେମିତି ସୁପ୍ ଡବା ଦେଖିଲେ ସେଥିରେ ମଲା ବାଦୁଡ଼ି ପଡିଥିଲା |
ଚେନ୍ କହିଛନ୍ତି, ଯଦି ସୁପ୍କୁ ଗରମ କରିବାକୁ ବାହାର କରିନଥାନ୍ତେ ତାହେଲେ ଜାଣି ପାରିନଥାନ୍ତେ ଯେ ଡବାରେ ମଲା ବାଦୁଡ଼ି ପଡିଛି | ଏହାପରେ ଚେନ୍ ସୁପ୍ ନେଇ ରେସ୍ତୋରାଁ ଯାଇଥିଲେ ଓ ଟଙ୍କା ରିଫଣ୍ଡ୍ କରିବାକୁ କହିଥିଲେ | ତେବେ ରେସ୍ତୋରାଁ ମାଲିକ ଏଥିରେ ରେସ୍ତୋରାଁର କୌଣସି ଭୁଲ ନାହିଁ ବୋଲି କହିଛନ୍ତି | ସେ କହିଥିଲେ ବାଦୁଡ଼ି ରାତିରେ ସକ୍ରିୟ ହୁଅନ୍ତି | ସେଥିପାଇଁ ସେମାନେ ସୁପ୍ ସକାଳୁ ତିଆରି କରିଦିଅନ୍ତି ଏବଂ ସୁପକୁ ଘୋଡେଇ ରଖନ୍ତି | ସେଥିପାଇଁ ରେସ୍ତୋରାଁର କୌଣସି ଭୁଲ ନାହିଁ ବୋଲି ମାଲିକ କହିଥିଲେ | ସେ କହିଥିଲେ ଯେ ସୁପ୍ ଗରମ କରିବା ସମୟରେ ବାଦୁଡ଼ି ଘରେ ହିଁ ପଡି ଯାଇଥିବ |
ସୁପ୍ରୁ ବାଦୁଡ଼ି ବାହାରିବା ପରେ ଚେନଙ୍କ ପରିବାରର ସମସ୍ତ ସଦସ୍ୟ କରୋନା ଟେଷ୍ଟ କରାଇଛନ୍ତି | ଚେନ୍ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଅଭିଯୋଗ କରିଛନ୍ତି | ଚେନ କହିଛନ୍ତି ଯେ ତଦନ୍ତ ଜାରି ରହିଛି | ତେବେ ବାଦୁଡ଼ି କେଉଁଠାରୁ ଆସିଲା ତାହା ଏବେ ଯାଏଁ ଜଣାପଡିନାହିଁ |