Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନ୍ତିମ ସଂସ୍କାର ବେଳେ ଉଠି ବସିଲେ ମୃତକ, ଅନ୍ତ୍ୟେଷ୍ଟି କରୁଥିବା କାଜିର ହେଲା ମୃତ୍ୟୁ

1/08/2019 at 5:59 PM

ମୃତ୍ୟୁ ବଡ ବିଚିତ୍ର ! କାହାକୁ କେଉଁଠି କେତେବେଳେ ନିଜ ପଞ୍ଜାରେ ଧରେ  କହିବା ମୁସ୍କିଲ। ତେବେ ସାଉଦି ଆରବରେ ଘଟିଥିବା ଏକ ଘଟଣା ନା କେବଳ ସମସ୍ତଙ୍କୁ ଚକିତ କରିଛି ଚମତ୍କାର ବୋଲି କିଛି ଅଛି ବୋଲି ସମସ୍ତେ ନିଶ୍ଚିତ ହୋଇଛନ୍ତି। ସାଉଦି ଆରବ ମାରାକୋଚ୍ ମସଜିଦ୍ ର ଇମାମ ଜନୈକ ମୃତ ବ୍ୟକ୍ତିଙ୍କ କ୍ରିୟା କରିବାକୁ କବରସ୍ତାନକୁ ଯାଇଥିଲେ। ତେବେ କବରରେ ମୃତକ ଉଠି ବସିବା ଦେଖି ଇମାମଙ୍କର ହୃଦଘାତରେ ମୃତ୍ୟୁ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପ୍ରାପ୍ତ ସୂଚନା ଅନୁସାରେ ମାରାକୋଚ୍ ସହରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଜନୈକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷିତ କରିବା ପରେ ପରିବାର ଲୋକେ ଅନ୍ତ୍ୟେଷ୍ଟିର ବ୍ୟବସ୍ଥା କରିଥିଲେ। ତେବେ ବାସ୍ତବରେ ଅସୁସ୍ଥ ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିଲା। ହେଲେ ତାଙ୍କ ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା କମିଯାଇଥିଲା। ସେ ଏତେ କମ୍ ନିଶ୍ୱାସ ନେଉଥିଲେ ଯେ ଡାକ୍ତର ବି ଜାଣି ପାରିନଥିଲେ ତାଙ୍କର ମୃତ୍ୟୁ ହୋଇଛି କି ନା।

ତେବେ ହସ୍ପିଟାଲରୁ ଡେଥ ସାର୍ଟି ଫିକେଟ ନେଇ ପରିବାର ଲୋକେ ତାଙ୍କ ଅନ୍ତ୍ୟେଷ୍ଟି ଆୟୋଜନ କରିଥିଲେ। ଅନ୍ତ୍ୟେଷ୍ଟିର ଠିକ ଅନ୍ତିମ ପର୍ଯ୍ୟାୟରେ ମୃତକ ଅଚାନକ କବରରେ ଉଠି ବସିଥିଲେ।ଘଟଣା ଏତେ ଶୀଘ୍ର ଘଟିଥିଲା ଯେ ଅନ୍ତ୍ୟେଷ୍ଟିରେ ଭାଗ ନେଇଥିବା ସବୁ ଲୋକେ ଚମକି ପଡିଥିଲେ। ତେବେ ଅନ୍ତ୍ୟେଷ୍ଟି କର୍ମ କରୁଥିବା ନିକଟସ୍ଥ ମସଜିଦ୍ ର ଇମାମ ଏଥିରେ ଏତେ ମାତ୍ରାରେ ବିଚଳିତ ହୋଇପଡିଲେ ଯେ ତାଙ୍କର  ହୃଦଘାତ ହୋଇଥିଲା। ଉପସ୍ଥିତ ଲୋକେ ଇମାମଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁମୃତ ଘୋଷଣା କରିଛନ୍ତି।  

   Related Posts