ବଳି ପାଇଁ ହତ୍ୟା ! କୂଅରୁ ଉଦ୍ଧାର ହେଲା ଉଲଗ୍ନ ମୃତ ଦେହ
31/10/2019 at 12:25 PM

ବଲାଂଗୀର ୩୦|୧୦: ବଲାଂଗୀର ଜିଲ୍ଲା କଣ୍ଟାବାଂଜି ଥାନା ସାଲେପଡା ଶ୍ୟାମାକାଳୀ ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ତାନ୍ତ୍ରିକର ଉଲଗ୍ନ ମୃତ ଦେହ ଉଦ୍ଧାର ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳେଇଛି । ମୃତକ ଜଣେ ତାନ୍ତ୍ରିକ ହୋଇଥିବା ବେଳେ ତାଂକର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ପରିବାର ଲୋକେ । ମୃତକ ତୁରେକେଲା ଥାନା ମାଣ୍ଡୋଲ ଗାଁର ଭୂଜବଳ ପାରାଭୁଏ ।

ଭୁଜବଳକୁ ଗୁଣିଗାରେଡି ପାଇଁ ତାଂକ ଗୁରୁଙ୍କହିଁ ମାରି ଫିଙ୍ଗିଦେଇ ଥିବା ନେଇ କଣ୍ଟାବାଂଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ଘଟଣା ସ୍ଥଳରେ ପୋଲିସ ପହଂଚି ଦମକଳ ବାହିନୀର ସହାୟତାରେ କୂଅରୁ ମୃତ ଦେହକୁ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ୍ ପାଇଁ କଣ୍ଟାବାଂଜି ହସପିଟାଲକୁ ପଠାଇଛି ।

Related Posts
ଖଣ୍ଡିଆଭୂତ ଯୋଗୁଁ ଘଟିଲା ଦୁର୍ଘଟଣା, ୫ ଯାତ୍ରୀ ଗୁରୁୁତର
28 February 2021