Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

DDLJ ରିଲିଜକୁ ପୁରିଲା ୨୫ ବର୍ଷ, ଲଣ୍ଡନର ପ୍ରଶିଦ୍ଧ ଲିସେଷ୍ଟର ସ୍କୋୟାରରେ ଲୋକାର୍ପିତ ହେବ ଶାହରୁଖ ଓ କାଜୋଲଙ୍କ ପ୍ରତିମୂର୍ତ୍ତି

19/10/2020 at 8:17 PM

ଲଣ୍ଡନ:  ବଲିଉଡ ଫିଲ୍ମ ‘ଦିଲୱାଲେ ଦୁଲହନିୟା ଲେ ଯାଏଙ୍ଗେ’ ରିଲିଜକୁ ୨୫ ବର୍ଷ ପୂରଣ ହୋଇଛି। ବଲିଉଡ ନିର୍ମିତ ଏହି ଫିଲ୍ମଟି ଦୀର୍ଘବର୍ଷରେ ଲୋକପ୍ରିୟତା ସମସ୍ତ ରେକର୍ଡ ଭଙ୍ଗ କରିଛି। ଫିଲ୍ମଟି ବ୍ରିଟେନ ସମେତ ୟୁରୋପରେ ସୁଟିଂ ହୋଇଥିଲା। ଭାରତ ଭଳି ବ୍ରିଟେନରେ ମଧ୍ୟ ଲୋକେ ବାରମ୍ବାର ଏହି ଫିଲ୍ମ ଦେଖିଛନ୍ତି। ଏଣୁ ମୁକ୍ତିଲାଭର ୨୫ତମ ବାର୍ଷିକରେ ଏହାକୁ ସ୍ମରଣୀୟ କରିବା ଲାଗି ବ୍ରିଟେନ ପଦକ୍ଷେପ ନେବାକୁ ଯାଉଥିବା ଏହାର ପ୍ରଯୋଜକ ୟଶରାଜ ଫିଲ୍ମସ୍‌ ଟ୍ୱିଟର ହ୍ୟାଣ୍ଡଲରେ ସୂଚିତ କରିଛନ୍ତି।

୧୯୯୫ ମସିହା ଅକ୍ଟୋବର ୨୫ ତାରିଖରେ ଦିଲୱାଲେ ଦୁଲହନିୟା ଲେ ଯାଏଙ୍ଗେ ଫିଲ୍ମଟି ଭାରତରେ ମୁକ୍ତିଲାଭ କରିଥିଲା। ଏହା ଏକ ଏନଆରଆଇ ପ୍ରେମକାହାଣୀ ହୋଇଥିବା ବେଳେ ଫିଲ୍ମର ଅଧାରୁ ଅଧିକ ବ୍ରିଟେନ ସମେତ ୟୁରୋପରେ ସୁଟିଂ ହୋଇଥିଲା। ଫିଲ୍ମଟି କେବଳ ଭାରତୀୟ ନୁହନ୍ତି ବିଦେଶରେ ମଧ୍ୟ ପ୍ରେମୀଙ୍କୁ ବିହ୍ୱଳିତ କରିଥିଲା। ଫିଲ୍ମର ରିଲିଜ ଦିନ ଦର୍ଶକଙ୍କ ମଧ୍ୟରେ ଯେପରି ଉଦ୍ଦିପନା ଥିଲା ଦୀର୍ଘ ବର୍ଷ ପରେ ବି  ତାହା ମଳିନ ପଡିନି। ଏଥିରେ ଭାରତୀୟ ଫିଲ୍ମ ପ୍ରତି ବ୍ରିଟିଶ ନାଗରିକଙ୍କ ଋଚିକୁ ପ୍ରମାଣିତ କରିବା ଲାଗି ଫିଲ୍ମର ଦୁଇ ମୁଖ୍ୟ ଚରିତ୍ରଙ୍କ ମୂର୍ତ୍ତି ଲିସେଷ୍ଟର ସ୍କୋୟାରରେ  ଅନାବୃତ୍ତ ହେବ।

ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଶାହାରୁଖ ଖାନ, କାଜୋଲ  ଅଭିନୟ କରିଥିବା ବେଳେ ବାବୁଜୀ ଭୂମିକାରେ ଅମରିଶ ପୁରୀ, ଫରିଦା ଜଲାଲ ଅଭିନୟ କରିଥିଲେ। ରୋମାନ୍ସ ଓ ପାରିବାରିକ ସମ୍ପର୍କକୁ ଏକ ଭିନ୍ନ ସ୍ତରକୁ ନେଇ ଯିବାରେ ନିର୍ଦ୍ଦେଶକ ୟଶ ଚୋପ୍ରାଙ୍କ ନିର୍ଦ୍ଦେଶନ ଉଲ୍ଲେଖନୀୟ ହୋଇଥିବା ବେଳେ ଆନନ୍ଦ ବକ୍ସିଙ୍କ ଗୀତକୁ ଜତିନ ଲଲିତ ଏପରି ସ୍ୱରରେ ଢାଲିଥିଲେ ଯେ ଆଜିବି ଗୀତ ୟୁବପୀଢିଙ୍କୁ ରୋମାଞ୍ଚିତ କରୁଛି। ଫିଲ୍ମରେ ରାଜ ଓ ସିମରନଙ୍କ ସେଦିନର ଛବିକୁ ମୂର୍ତ୍ତିରେ ପରିଣତ କରି ବ୍ରିଟେନବାସୀ ଦୁଇ ମୁଖ୍ୟ ଚରିତ୍ରକୁ ଏବେ ସବୁଦିନ ଲାଗି ଅମର କରିଦେବାକୁ ଯାଉଛନ୍ତି। ଫିଲ୍ମଟି ପ୍ରତି ବ୍ରିଟେନବାସୀଙ୍କ ଭାବନା ନିଶ୍ଚିତ ରୂପେ ବଲିଉଡ ଲାଗି ଏକ ଗୌରବ ବୋଲି କୁହାଯାଇପାରେ।   

   Related Posts