Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଡିଡିସିଏ AGMରେ ନିନ୍ଦିତ ହେଲା କ୍ରିକେଟ୍, ବୈଠକରେ ପରସ୍ପରକୁ ବିଧା, ଗୋଇଠା ମାରିଲେ କାର୍ଯ୍ୟକର୍ତ୍ତା Video Viral

29/12/2019 at 9:42 PM

ନୂଆଦିଲ୍ଲୀ ୨୯।୧୨:  ଅରୁଣ ଜୈଟଲୀ ଷ୍ଟାଡିୟମରେ ରବିବାର ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ (ଡିଡିସିଏ)ର ବାର୍ଷିକ ବୈଠକ (ଏଜିଏମ) ମାରପିଟ ଓ ଗଣ୍ଡଗୋଳ ମଧ୍ୟରେ ହୋଇଛି। ତେବେ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଛି। ଏଜିଏମରେ ଗଣ୍ଡଗୋଳ ହେବ ବୋଲି ପୂର୍ବରୁ ଜଣାଥିଲା। ଏଣୁ କ୍ୟାମେରା ନଜରରେ ବୈଠକ ଅନୁଷ୍ଠିତ ହୋଇଥିଲେବି ଏହାର କୌଣସି ପ୍ରଭାବ ଏଠାରେ ଦେଖାଯାଇନଥଲା। ଏଣୁ କାର୍ଯ୍ୟକର୍ତ୍ତାମାନେ ପରସ୍ପରକୁ ବିଧା ଗୋଇଠା ମାରୁଥିବା ଦେଖାଯାଇଛି।

ତେବେ ଏଜିଏମରେ ଡିଡିସିଏ ଅବସରପ୍ରାପ୍ତ ଜଷ୍ଟିସ ଦୀପକ ବର୍ମାଙ୍କୁ ନିଜର ନୂଆ ଲୋକପାଳ ନିଯୁକ୍ତ କରିଛି। ଏହି ପଦବୀରେ ଅବସ୍ଥାପିତ ବଦର ଦୂରେଜ ଅହମ୍ମଦଙ୍କ ସ୍ଥାନରେ ଏବେ ବର୍ମା କାମ କରିବେ। ତେବେ ଦିନକ ପୂର୍ବରୁ ଲୋକପାଳ ବଦର ଦୂରେଜ ସଦସ୍ୟମାନଙ୍କୁ ସଂଜମତା ଅବଲମ୍ବନ ଲାଗି ନିବେଦନ କରିଥିଲେ। ବୈଠକରେ ନାଟକୀୟ ପରିସ୍ଥିତି ଉପୁଜିଥିଲା।  କ୍ଷମତାସୀନ ଗୋଷ୍ଠୀର ଯୁଗ୍ମ ସମ୍ପାଦକ ରାଜୀବ ମନଚନ୍ଦାଙ୍କୁ ବିରୋଧୀ ଗୋଷ୍ଠୀର ମକ୍ସୁଦ ଅଲାମ ଏକ ଜୋରଦାର ଜାବୁଡା କଷିଥିଲେ। ତେବେ ପୂର୍ବ ଲୋକପାଳଙ୍କ ନିର୍ଦ୍ଦେଶରେ ଏଜିଏମର ଭିଡିଓ ରେକର୍ଡିଂ କରାଯାଇଛି।

ସାଧାରଣ ସମ୍ପାଦକ ବିନୋଦ ତିହାରାଙ୍କ ସମର୍ଥକମାନେ ବୈଠକକୁ ପ୍ରଥମରୁ ବିଳମ୍ବିତ କରିଥିଲେ। ତିହାରା ଓ ତାଙ୍କ ସମର୍ଥକମାନେ ସମ୍ପାଦକ ଓମ ପ୍ରକାଶ ଶର୍ମାଙ୍କ ସହ ମାରପିଟ କରି ଉପସ୍ଥାନ ରେଜିଷ୍ଟ୍ରରକୁ ଛଡାଇ ନେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଡଡିସିଏ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାର୍ଯ୍ୟକର୍ତ୍ତାମାନେ ଏବେ ପରସ୍ପରକୁ ଦୋଷାରୋପ କରୁଛନ୍ତି।

   Related Posts