ଚେନ୍ନାଇ ଦୂରଦର୍ଶନର ଅଧିକାରୀ ରୋକିଥିଲେ ପ୍ରଧାମନ୍ତ୍ରୀ ମୋଦୀଙ୍କ ଭାଷଣ, ସସ୍‌ପେଣ୍ଡ ହେଲେ

Published By : Prameya-News7 Bureau | October 02, 2019 IST

ଚେନ୍ନାଇ - ପ୍ରସାର ଭାରତୀ ଚେନ୍ନାଇ ଦୂରଦର୍ଶନର ଅଧିକାରୀ ଆର ବସୁମତୀଙ୍କୁ ଅନୁଶାସନହୀନତା ପାଇଁ ନିଲମ୍ବନ କରାଯାଇଛି । ବସୁମତୀ ଦୂରଦର୍ଶନ କେନ୍ଦ୍ରରେ ସହାୟକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଆଇଆଇଟି ମାଡ୍ରାସରେ ହେଉଥିବା ହକଥନ୍‌ କାର୍ଯ୍ୟକ୍ରମରେ ମୋଦୀଙ୍କର ଭାଷଣର ପ୍ରସାରଣକୁ ବସୁମତୀ ରୋକି ଦେଇଥିଲେ । ଡିଡି ପୋଡଗୋଇରେ ବରିଷ୍ଠ ଅଧିକାରୀମାନେ ଏହି ଭାଷଣକୁ ପ୍ରସାରଣ କରିବା ପାଇଁ ଅନୁମତି ଦେଇଥିଲେ । କିନ୍ତୁ ବସୁମତୀ ଭାଷଣକୁ ରୋକି ଦେଇଥିଲେ ।

ପ୍ରସାର ଭାରତୀ ପକ୍ଷରୁ ଜାରୀ କରାଯାଇଥିବା ଏକ ପତ୍ରରେ ଅନୁଶାସନହୀନତା ଯୋଗୁଁ ପ୍ରଶାସନିକ ସେବା ନିୟମ ୧୯୬୫ ଅନୁସାରେ ବସୁମତୀଙ୍କୁ ନିଲମ୍ବନ କରାଯାଇଥିବା ଜଣା ପଡିଛି । ଏଥିରେ ଅନ୍ୟ କୌଣସି କାରଣ ଉଲ୍ଲେଖ କରାଯାଇ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସର ହାକାଥନ୍‌ରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସିଙ୍ଗାପୁର ଓ ଭାରତ ହାକାଥନ୍‌ରେ ପୁରସ୍କାର ବିତରଣ କରିଥିଲେ । ଏହି ଅବସରରେ ଆସିଆନ୍‌ ଦେଶମାନଙ୍କର ହାକାଥନ୍‌ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.