Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ପୁଣି ଥରେ ସବୁ ଚ୍ୟାନେଲକୁ ପଛରେ ପକାଇଲା ଦୂରଦର୍ଶନ, ଭାଙ୍ଗିଲା ନିଜର ରେକର୍ଡ: ଝୁମି ଉଠିଲେ ‘ରାମାୟଣ’ ଓ ‘ମହାଭାରତ’ର ଦର୍ଶକ

17/04/2020 at 3:24 PM

ନୂଆଦିଲ୍ଲୀ ୧୭।୦୪: ପୁଣି ଥରେ ଦୂରଦର୍ଶନ ସମସ୍ତ ଚ୍ୟାନେଲକୁ ପଛରେ ପକାଇ ନମ୍ବର ଓ୍ଵାନରେ ପହଞ୍ଚି ଯାଇଛି। ସବୁଠୁ ବଡ କଥା ଏଥର ଦୂରଦର୍ଶନ ନିଜର ରେକର୍ଡକୁ ନିଜେ ଭାଙ୍ଗିଛି। ସଂପ୍ରତି ଲକ୍‌ଡାଉନ୍‌ରେ ବାକି ଚ୍ୟାନେଲର ଅବସ୍ଥା ଖରାପ ଥିବା ବେଳେ ଅନ୍ୟପଟେ ଦୂରଦର୍ଶନର ଟିଆରପି ଉଠିବାରେ ଲାଗିଛି। ଏହାର କାରଣ ଦୂରଦର୍ଶନରେ ପ୍ରସାରିତ ପୌରାଣିକ ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’କୁ ଲୋକଙ୍କ ଅଜସ୍ର ଭଲ ପାଇବା ଦେଖିବାକୁ ମିଳିଛି।

ପ୍ରସାର ଭାରତୀ ଟୁଇଟ୍ କରି ଏହି ସୂଚନା ଦେଇଛି ଯେ, ପୁଣି ଥରେ ଟିଆରପି ଦୌଡରେ ଦୂରଦର୍ଶନ ସମସ୍ତଙ୍କୁ ପଛରେ ପକାଇ ଦେଇଛି। ଏକ ଫଟୋ ସେୟାର କରି ସୂଚନା ଦିଆଯାଇଛି ଯେ, ୧୩ମ ସପ୍ତାହରେ ଦୂରଦର୍ଶନକୁ ୧.୩ ବିଲିୟନ ଭ୍ୟୁରସିପ୍ ମିଳିଥିଲା, ଏବେ ଅର୍ଥାତ ୧୪ତମ ସପ୍ତାହରେ ୧.୯ ବିଲିୟନ ଭ୍ୟୁୟରସିପ୍ ମିଳିଛି। ଲକ୍‌ଡାଉନ୍‌ ସମୟରେ ପୌରାଣିକ ଧାରାବାହିକ ସହିତ ପୁରୁଣା ଧାରାବାହିକକୁ ପୁନର୍ବାର ପ୍ରସାରଣ କରିବା ପରିଣାମ ସ୍ଵରୂପ ଦୂରଦର୍ଶନ ସଂପ୍ରତି ଦେଶର ଏକ ନମ୍ବର ଚ୍ୟାନେଲ୍ ହୋଇଛି।

ପ୍ରସାରଭାରତୀର ଏହି ଟୁଇଟ୍‌ରେ ୟୁଜର୍ସ କ୍ରମାଗତ ନିଜର ପ୍ରତିକ୍ରିୟା ଦେବା ସହିତ ଖୁସି ବ୍ୟକ୍ତ କରୁଛନ୍ତି। କିନ୍ତୁ ଲୋକ ଏବେ ଏହି ଚ୍ୟାନେଲରେ ‘କୃଷ୍ଣା’ର ପ୍ରସାରଣ ଦାବି କରିଛନ୍ତି। କେହି କେହି ଏହା ମଧ୍ୟ କହୁଛନ୍ତି ଯେ, କଣ ଆମେ ଆଶା କରି ପାରିବା କି ଦୂରଦର୍ଶନ ବର୍ଷ ବର୍ଷ ଧରି ଏମିତି ନମ୍ବର ୧ରେ ରହୁ ?

   Related Posts