Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଦିଲ୍ଲୀ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ, କେକେଆର ସାମ୍ନାରେ ୧୩୬ ରନ ଟାର୍ଗେଟ୍

13/10/2021 at 9:18 PM

ସାରଜା ୧୩।୧୦: କୋଲକାତା ନାଇଟ୍‌ ରାଇଡସ୍‌ର ମାପଚୁପ ବୋଲିଂ କାରଣରୁ ଆଇପିଏଲ ୨୦୨୧ର ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବଡ ସ୍କୋର କରିବାରେ ବିଫଳ ହୋଇଛି। ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୩୫ ରନ କରିଛି। ଦଳ ପକ୍ଷରୁ ଶିଖର ଧାଓ୍ଵନ ସର୍ବାଧିକ ୩୬ ରନ କରିଛନ୍ତି, କିନ୍ତୁ ତା ପୁଣି ୩୯ ବଲ୍‌ରୁ। ଶ୍ରେୟସ ଆୟର ଅପରାଜିତ ୩୦ ରନ କରିବାରୁ ଦିଲ୍ଲୀ ୧୩୫ ରନ କରିବାକୁ ସକ୍ଷମ ହୋଇଛି।  କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨ଟି ଓ୍ଵିକେଟ୍ ନେଇଛନ୍ତି। ଫାଇନାଲ୍‌ରେ ପହଞ୍ଚିବାକୁ ହେଲେ କୋଲକାତାକୁ ୧୩୬ ରନ କରିବାକୁ ପଡିବ। ଏହା ପୂର୍ବରୁ ଦିଲ୍ଲୀ ପ୍ରଥମ କ୍ଵାଲିଫାୟରରେ ଚେନ୍ନାଇ ନିକଟରୁ ପରାସ୍ତ ହୋଇଥିଲା।

ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା କୋଲକାତା ବୋଲର ଅଧିନାୟକ ଇଅନ ମୋର୍ଗାନଙ୍କ ନିଷ୍ପତ୍ତିକୁ ସଠିକ୍ ସାବ୍ୟସ୍ତ କରି ଦିଲ୍ଲୀର ସ୍କୋରକୁ ୧୩୫ ରନରେ ସୀମିତ ରଖିଛନ୍ତି। ଧିମା ପିଚ୍‌ରେ ଦିଲ୍ଲୀ ବ୍ୟାଟସମ୍ୟାନଙ୍କୁ ପ୍ରତିଟି ରନ ପାଇଁ ସଂଘର୍ଷ କରିବାକୁ ପଡିଛି। ଓପନର ପୃଥ୍ଵୀ ଶୋ ୧୮ ରନ କରିଥିବା ବେଳେ ଧାଓ୍ଵନ ୩୬ ରନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାର୍କସ ଷ୍ଟୋଇନିସ୍ ୧୮, ଋଷଭ ପନ୍ତ ୬ ଏବଂ ହେଟମାୟର ଦ୍ରୁତ ୧୭ ରନ କରିଛନ୍ତି। ଶ୍ରେୟସ ଆୟର ଅପରାଜିତ ୩୦ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଫଳରେ ଦିଲ୍ଲୀ ୫ ଓ୍ଵିକେଟ୍ ହରାଇ ୧୩୫ ରନ କରିଛି।

କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨୬ ରନ ଦେଇ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି। ଲୋକି ଫର୍ଗ୍ୟୁସନ ଓ ଶିବମ ମାଭିଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ଏହି ମ୍ୟାଚ୍‌ର ବିଜେତା ଦଳ ଫାଇନାଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ମୁକାବିଲା କରିବ।

   Related Posts