Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଏଏନଏମକର୍ମୀଙ୍କ ଧାରଣା ପଛରେ ମାଷ୍ଟରମାଇଣ୍ଡ ଦଲାଲ , ଲୋଭ ଦେଖାଇ ଆଦାୟ ହେଉଛି ଟଙ୍କା

7/01/2021 at 1:23 PM

ଭୁବନେଶ୍ୱର ୦୭।୦୧: ଏଏନଏମ ଧାରଣା ପଛରେ ରହିଛି ରାକେଟ ।ଲୋୟର ପିଏମଜିରେ ଧାରଣାରତ ଏଏନଏମକର୍ମୀଙ୍କୁ ପ୍ରଲୋଭିତ କରି ଟଙ୍କା ଆଦାୟ କରୁଛନ୍ତି ଦଲାଲ । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, କମିଶନରେଟ ପୋଲିସ ହାତରେ ଲାଗିଛି ଲାଞ୍ଚ ଦିଆ ନିଆର ଏକ  ଅଡିଓ କ୍ଲିପ. । କେ ଅଶ୍ୱନୀ ଦୋରା, ସନ୍ତୋଷ ସାହୁ, ରାଜ କିଶୋର ଆଦାରି ନାମକ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।  ସେମାନଙ୍କ ନିକଟରୁ ନଗଦ ୫୦ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।  ଚାକିରୀ ସ୍ଥାୟୀ କରିବା ପାଇଁ ଜଣଙ୍କ ପିଛା ୧୫ ହଜାର ଲେଖାଏଁ ଟଙ୍କା ନେଉଥିଲେ ଦଲାଲ । ଆନ୍ଦୋଳନରେ ଏଏନଏନ କର୍ମୀ ବସି ବାକୁ ପ୍ରବତ୍ତାଉ ଥିଲେ ଏବଂ ଟଙ୍କା ଦେଲେ ସରକାରୀ ଚାକିରୀ ସ୍ଥାୟୀ ହେବ କହି ଟଙ୍କା ନେଉଥିଲେ । ଆନ୍ଦୋଳନକାରିଙ୍କ ମଧ୍ୟରେ ଏଭଳି ଅସାଧୁ ଲୋକ ଅଛନ୍ତି. ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

   Related Posts