ଘର ତିଆରି ପାଇଁ ଆବଶ୍ୟକ ଥିଲା ଟଙ୍କା, ହାତଉଧାରୀ ଓ ଲୋନ୍ ନେଇଥିଲେ ରୂପେଶ : ଡିସିପି

Published By : Prameya-News7 Bureau | November 04, 2021 IST

ଭୁବନେଶ୍ବର ୧୧: ଟଙ୍କା ପାଇଁ ମା’ ଓ ଝିଅଙ୍କୁ ଆକ୍ରମଣ କରିଥିଲେ ରୂପେଶ । ଏ ନେଇ ଭୁବନେଶ୍ବର ଡିସିପି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ।

ଡିସିପିଙ୍କ ସୂଚନା ଅନୁସାରେ, ପୂର୍ବରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ରୂପେଶ ପଣ୍ଡା ଓ ତାଙ୍କ ସହଯୋଗୀ ସଞ୍ଜୟ ପଣ୍ଡା । ପଡୋଶୀ ଘରେ ମା’ ଓ ଝିଅ ଏକୁଟିଆ ଥିବାର ଦେଖି ଲୁଟ୍ ଉଦ୍ୟମ କରିଥିଲେ । ଲୁଟ୍ ପ୍ଲାନିଂ ପାଇଁ ୧ ନଂ ହାଟରୁ ମହିଳାଙ୍କ ଡ୍ରେସ ଏବଂ ପଟିଆରୁ କିଣିଥିଲେ ଛୁରୀ । ଘଟଣା ଦିନ ଘରେ ପଶି ସିଧାସଳଖ ମା’ ଓ ଝିଅଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ ଲୁଟ୍ କରିବାରେ ବିଫଳ ହୋଇଥିଲେ । ସେପଟେ ପ୍ରତି ଆକ୍ରମଣରେ ରୂପେଶ ମଧ୍ୟ ଆହତ ହୋଇଥିଲେ । ଘର ତିଆରି ପାଇଁ ଟଙ୍କାର ଆବଶ୍ୟକ ଥିଲା । ଏହାସହ ରୂପେଶ ଅନେକ ହାତଉଧାରୀ ଓ ଲୋନ୍ ମଧ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.