ରାଜଧାନୀ CRP ଛକ ହତ୍ୟା ଘଟଣା : ଭୁବନେଶ୍ୱର ଡିସିପିଙ୍କ ପ୍ରେସମିଟ୍,- “ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ”

Published By : Prameya-News7 Bureau | March 07, 2021 IST

ଭୁବନେଶ୍ୱର ୦୭।୦୩: ରାଜଧାନୀ CRP ଛକ ନିକଟରେ ଦିନ ଦ୍ବିପହରେ ଘଟିଥିବା ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ଘଟିଛି । ଦୁଇ ହତ୍ୟାକାରୀ ଭାଇଙ୍କୁ ଗିରଫ କରାଯାଇଛି । ଏଥି ସହିତ ପିସିଆର ଗାଡିରୁ ଅଭିଯୁକ୍ତଙ୍କୁ ଛଡେଇ ଆଣି ମାଡ଼ ମାରିବା ସହ , ପିସିଆରକୁ ଭାଙ୍ଗିଥିବା ଘଟଣାରେ ୫ ଜଣଙ୍କୁ କରାଯାଇଛି ଗିରଫ। ଆଇନକୁ ହାତକୁ ନେଇଥିବା ପ୍ରଥମ ବ୍ୟକ୍ତି ପ୍ରଶାନ୍ତ ଦାସ । ମହିଳା ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲା ପ୍ରଶାନ୍ତ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।

ସେହିପରି ପ୍ରେସମିଟ୍‌ରେ ଡିସିପି ଆହୁରୀ ମଧ୍ୟ କହିଛନ୍ତି ଯେ,  ପ୍ରଶାନ୍ତ ଦାସ ପ୍ରଥମେ ପିସିଆରକୁ ଅଟକାଇ ଥିଲା । ପରେ ଅନ୍ୟମାନେ ସହଯୋଗ କରିଥିଲେ । ଆହୁରି ୧୨ରୁ ୧୫ ଜଣଙ୍କୁ ଟିହ୍ନଟ କରାଯାଇଛି । ଏବଂ ଡ୍ରାଇଭରକୁ ଧରିବା ପାଇଁ ଚଢ଼ାଉ ଚାଲିଛି ବୋଲି । ଏବେ ସୁଦ୍ଧା ଯାହା ଜଣାପଡ଼ିଛି ଟୁକୁନା ଛୁରୀରେ ଟୁକୁନାକୁ ହତ୍ୟା କରାଯାଇଛି ।

ଗତକାଲି ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଭାଇ ସାଗର ପୃଷ୍ଟି ଏବଂ ସୁଧୀର ପୃଷ୍ଟିକୁ ଗିରଫ କରିଥିଲା ପୋଲିସ୍ । ନୟାପଲ୍ଲୀ ସିଆରପି ଛକ ନିକଟରେ ଏକ ପିକଅପ୍ ଭ୍ୟାନ୍ ଭିତରେ ଯୁବକକୁ ହାଣି ହତ୍ୟା କରିଥିଲେ ଦୁଇ ଭାଇ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ କାବୁ କରି ନର୍ଧୁମ୍ ଛେଚିଥିଲେ ସ୍ଥାନୀୟଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.