ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରିଥିବା DCP ଅଭିଷେକ ତ୍ରିମୁଖେ କରୋନା ପଜିଟିଭ : ପରିବାରଲୋକେ ମଧ୍ୟ ସଂକ୍ରମିତ

Published By : Prameya-News7 Bureau | August 29, 2020 IST

ମୁମ୍ବାଇ ୨୯/୮: ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରୁଥିବା ଡିସିପି ଅଭିଷେକ ତ୍ରିମୁଖେ ଏବଂ ତାଙ୍କର ସମସ୍ତ ଘରଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି। ଡିସିପି ତ୍ରିମୁଖେଙ୍କ ଉପରେ ସୁଶାନ୍ତ ମାମଲାରେ ଯାଞ୍ଚକୁ ନେଇ ପ୍ରଶ୍ନ ଉଠିଥିଲା। ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସରୁ ଏହା ଜଣା ପଡ଼ିଥିଲା ଯେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ରିୟାଙ୍କ ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେଙ୍କ ସହ ଫୋନରେ ଅନେକ ଥର କଥାବାର୍ତ୍ତା ହୋଇଥିଲା।

ରିୟା ଏବଂ ଡିସିପି ତ୍ରିମୁଖେଙ୍କ ମଧ୍ୟରେ କଲ୍ ଏବଂ ଏସଏମଏସ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା। ଏବେ ଅଭି​‌ଷେକ ତ୍ରିମୁଖେ କରୋନାରେ ସଂକ୍ରମିତ ହେବାର ଖବର ସାମନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.