Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ, ଓଲଟିପଡ଼ିଲା ଡିସିଏମ, ୧୧ ମୃତ

10/04/2021 at 6:31 PM

ନୂଆଦିଲ୍ଲୀ ୧୦/୪:  ଉତ୍ତରପ୍ରଦେଶର ଇଟାଓ୍ବାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ମନ୍ଦିରରୁ ଦର୍ଶନ ସାରି ଡିସିଏମରେ ଫେରୁଥିବା ବେଳେ ଦୁର୍ଘଟଣାରେ  ୧୧  ଶ୍ରୁଦ୍ଧାଳୁଙ୍କ ମୃତ୍ୟୁ ହୋଇଯାଇଛି। ନିୟନ୍ତ୍ରଣ ହରାଇ ଡିସିଏମଟି ଓଲଟିପଡ଼ିଥିଲା। ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିବା ବେଳେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲକୁ ପଠାଇଛି। ମୃତକମାନେ ଆଗ୍ରା ଜିଲ୍ଲାର ପିନହଟ ଅଞ୍ଚଳର ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ଇଟାଓ୍ବା ଜିଲ୍ଲାର ବଢ଼ପୁରା ଥାନା ଅନ୍ତର୍ଗତ ଲଖନା ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଆଗ୍ରାରୁ ଶ୍ରଦ୍ଧାଳୁମାନେ ଡିସିଏମ ଯୋଗେ ଆସିଥିଲେ।

ଦର୍ଶନ ସାରି ଫେରିବା ବେଳେ ନିୟନ୍ତ୍ରଣ ହରାଇ ଡିସିଏମଟି ୨୫ ଫୁଟ ଖାଇକୁ  ଖସିପଡ଼ିଥିଲା। ଏତେ ବଡ଼ ଦୁର୍ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ହୋ ହଲ୍ଲା ହୋଇଥିଲା।ଖବର ପାଇ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ  ଗାଡ଼ିରେ ଥିବ ସମସ୍ତଙ୍କୁ ବାହାର କରିଥିଲା। ଦୁର୍ଘଟଣାରେ ୧୧  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପୋଲିସ ନିକଟସ୍ଥ ହସ୍ପିଟାଲକୁ ପଠାଇଛି।   

   Related Posts