ଭଲ ଖବର: ଭାରତରେ ଖୁବଶୀଘ୍ର ଆରମ୍ଭ ହୋଇପାରେ କୋଭିସିଲ୍ଡ ଭାକସିନ ଟ୍ରାଏଲ
13/09/2020 at 2:54 PM

ନୂଆଦିଲ୍ଲୀ ୧୩/୦୯: ଭାରତରେ ପୁଣି ଥରେ ଖୁବଶୀଘ୍ର କରୋନା ଭାକସିନ୍ କୋଭିସିଲ୍ଡର ଟ୍ରାଏଲ ଆରମ୍ଭ ହୋଇପାରେ। ଡିସିଜିଆଇ ମଞ୍ଜୁରି ମିଳିବା ପରେ ଭାରତରେ ଏହାର ପରୀକ୍ଷଣ ଆରମ୍ଭ ହେବ। ଅକ୍ସଫୋର୍ଡ ୟୁନିଭର୍ସିଟି ସେପ୍ଟେମ୍ବର ୬ରେ ଟିକାର ପରୀକ୍ଷଣକୁ ରୋକି ଥିଲେ ମାତ୍ର ସେରମ ଇନଷ୍ଟିଚ୍ୟୁଟ୍ ଭାରତରେ ପରୀକ୍ଷଣ ଜାରି ରଖିଥିଲା। ତେବେ ସେପ୍ଟେମ୍ବର ୯ରେ ଡିସିଜିଆଇ ଆପତି କରିବାରୁ ସେରମ ଟ୍ରାଏଲକୁ ରୋକିଥିଲା। କରୋନା ଟିକାରେ ସବୁଠୁ ଆଗରେ ରହିଛି କୋଭିସିଲ୍ଡ ଭାକସିନ୍। ଏହା ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ରହିଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟେ୍ରଜେନେକା ଏହାକୁ ମିଳିତ ଭାବେ ବିକଶି କରୁଛନ୍ତି। ତେବେ ଭାରତରୁ ପୁଣେର ସେରମ ଇନଷ୍ଟିଚ୍ୟୁଟ ଏହାର ପାର୍ଟନର ରହିଛି।
ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ କୋଭିସିଲ୍ଡ ଟ୍ରାଏଲକୁ ପୁଣି ଥରେ ଡ୍ରଗ୍ସ କଣ୍ଟେ୍ରାଲର ଅଫ୍ ଇଣ୍ଡିଆର ମଞ୍ଜୁରି ପରେ ଏହାକୁ ଆରମ୍ଭ କରିବ। ଏଥିପାଇଁ ଡସିଜିଆଇର ଡାଟା ସେଫ୍ଟି ମନିଟରିଂ ବଡିର ଅନୁମତି ପାଇଁ ଅପେକ୍ଷା କରାଯାଇଛି। ଟ୍ରାଏଲ ବେଳେ ଯେଉଁ ରୋଗୀ ଅସୁସ୍ଥ ହୋଇ ଥିଲେ ତାଙ୍କ ରିପୋର୍ଟ ଦେବାକୁ କହିଛି ମନଟରିଂ ବଡ଼ି। ଏହା ସହ ସିରମ ଇନଷ୍ଟିଚ୍ୟୁଟ୍ ଟ୍ରାଏଲରେ ସାମିଲ ଲୋକଙ୍କ ବିବରଣୀ ମାଗିଛି।
ବ୍ରିଟେନରେ ଆଷ୍ଟ୍ରାଜେନେକା କରୋନା ଭାକସିନ୍ ଟ୍ରାଏଲ ପୁଣି ଥରେ ଆରମ୍ଭ କରିଛି। ୟୁକେର ମେଡିସିନ୍ ହେଲେଥ୍ ରେଗୁଲେଟରି ଅଥୋରିଟିଙ୍କ ଅନୁମତି ଏହାର ପରୀକ୍ଷଣ ଆରମ୍ଭ ହୋଇଛି। ବ୍ରିଟେନରେ ଜଣେ ସ୍ବେଚ୍ଛାସେବୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବା ପରେ ଏହାର ଟ୍ରାଏଲ ଉପରେ ରୋକ ଲାଗିଥିଲା।