Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଖୁବ୍‌ଶିଘ୍ର ଦେଶକୁ ମିଳିବ ଆଉ ଏକ ଭ୍ୟାକ୍‌ସିନ, DCGI ଦେଲା ମଞ୍ଜୁରୀ

29/06/2021 at 4:25 PM

ନୂଆଦିଲ୍ଲୀ, ୨୯/୦୬: କରୋନାର ଦ୍ୱିତୀୟ ଲହର ମଧ୍ୟରେ ଟିକାକରଣକୁ ନେଇ ଏକ ଖୁସିଖବର ଆସିଛି । ଦେଶକୁ ଖୁବ୍‌ଶିଘ୍ର ଅନ୍ୟ ଏକ ଭ୍ୟାକ୍‌ସିନ୍‌ ମିଳିବାକୁ ଯାଉଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍‌ ଅଫ୍‌ ଇଣ୍ଡିଆ ବା ଡିସିଜିଆଇ ସୀମିତ ସମୟ ପାଇଁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ମଡର୍ଣ୍ଣା କୋଭିଡ୍‌-୧୯ ଭ୍ୟାକ୍‌ସିନ୍‌କୁ ମଞ୍ଜୁରୀ ପ୍ରଦାନ କରିଛି ।

ଭାରତର ଏକ ପ୍ରମୁଖ ଫାର୍ମାସିୟୁଟିକାଲ୍‌ କମ୍ପାନୀ ସିପ୍ଲାକୁ ଏହାର ଉତ୍ପାଦନ ପାଇଁ ଅନୁମତି ମିଳିଛି । ସିପ୍ଲା କମ୍ପାନୀ ପକ୍ଷରୁ ସୋମବାର ଓୌଷଧ ମହାନିୟନ୍ତ୍ରକଙ୍କୁ ଏକ ଆବେଦନ କରିଥିଲେ । ଏଥିରେ ସେ ମଡର୍ଣ୍ଣା ଟିକାକୁ ବ୍ୟବହାର କରିବା ପାଇଁ ଅନୁମତି ଦେବାକୁ ନିବେଦନ କରିଥିଲେ । ପୂର୍ବରୁ ଏପ୍ରିଲ୍‌ ୧୫ ଏବଂ ୧ ଜୁନ୍‌ରେ ଡିସିଜିଆଇ ଏନେଇ ଏକ ନୋଟିସ୍‌ ଦେଇଥିଲେ ।

ଏହି ନୋଟିସ୍‌ରେ କୁହାଯାଇଥିଲା ଯେ ଯଦି ଟିକାରା ଆପାତଃ ଉପଯୋଗର ଅଧିକାର ପାଇଁ ଆମେରିକା ମଞ୍ଜୁରୀ ଦେଉଛି ଏବଂ ଓୌଷଧ ପ୍ରଶାସନ ଦ୍ୱାରା ଏହାର ଅନୁମତି ଦିଆଯାଏ ତେବେ ଟିକାକୁ ବିନା ଟ୍ରାଏଲ୍‌ରେ କିଣିବାର ଅଧିକାର ଦିଆଯାଇପାରିବ । ଏହା ଛଡ଼ା ଆସୁଥିବା ପ୍ରତି ବ୍ୟାଚ୍‌ର ଟିକା କେନ୍ଦ୍ରୀୟ ଓୌଷଧି ପ୍ରୟୋଗଶାଳା ବା ସିଡିଏଲ୍‌ର ଯାଞ୍ଚରୁ ବାଦ୍‌ ପଡ଼ିପାରେ ବୋଲି ଏଥିରେ କୁହାଯାଇଥିଲା ।

 

   Related Posts