କରୋନାକୁ ମାତ୍ ଦେବାକୁ ଆସିଲା ମେଡିସିନ୍‌ : DRDOର ଔଷଧକୁ ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ମିଳିଲା ମଞ୍ଜୁରୀ

Published By : Prameya-News7 Bureau | May 08, 2021 IST

ନୂଆଦିଲ୍ଲୀ ୦୮/୦୫ : ଦେଶରେ କରୋନା ସଂକ୍ରମଣ ବ୍ୟାପକ ହେଉଥିବା ବେଳେ ଆଉ ଏକ ଆଶ୍ବସ୍ତିକର ଖବର ଆସିଛି । କୋଭିଡ୍‌ ମୁକାବିଲା କ୍ଷେତ୍ରରେ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ଏକ ​‌ମେଡିସିନକୁ ଅନୁମତି ଦେଇଛନ୍ତି DCGI । ଏହି ମେଡିସିନ୍‌ DRDOର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନ୍ୟୁକ୍ଲିୟର ମେଡିସିନ୍‌ ଆଣ୍ଡ ଆଲାଉଡ୍‌ ସାଇନସେନ୍ସ୍ (INMAS) ଏବଂ ହାଇଦ୍ରାବାଦ ସେଣ୍ଟର ଅଫ୍‌ ସେଲ୍ୟୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି (CCMB)ର ମିଳିତ ପ୍ରୟାସରେ ପ୍ରସ୍ତୁତ କରାଯାଇଛି । ମେଡିସିନର ନାଁ ରଖାଯାଇଛି 2-deoxy-D-glucose (2-DG) । ଏହି ମେଡିସିନର ଉତ୍ପାଦନ ପାଇଁ ହାଇଦ୍ରବାଦ ସ୍ଥିତ ଡାଃ. ରେଡ୍ଡୀ ଲାବ୍ରୋଟୋରୀକୁ ଅନୁମତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.