କଙ୍ଗନାଙ୍କ ବିମାନ ଯାତ୍ରା ବେଳେ ସୁରକ୍ଷା ଉଲ୍ଲଂଘନ, ଇଣ୍ଡିଗୋକୁ ରିପୋର୍ଟ ମାଗିଲା ଡିଜିସିଏ

Published By : Prameya-News7 Bureau | September 11, 2020 IST

ମୁମ୍ବାଇ ୧୧/୦୯: ଅଭିନେତ୍ରୀ କଙ୍ଗନାଙ୍କ ଚଣ୍ଡିଗଡ଼-ମୁମ୍ବାଇ ଯାତ୍ରା ବେଳେ ମିଡିଆକର୍ମୀ ଦ୍ବାରା ସୁରକ୍ଷା ଓ ସାମାଜିକ ଦୂରତ୍ବର ନିୟମକୁ ଉଲ୍ଲଘଂନ କରିଥିଲେ। ଏ ନେଇ ଡିଜିସିଏର ଜଣେ ଅଧିକାରୀ ଇଣ୍ଡିଗୋକୁ ରିପୋର୍ଟ ଦେବାକୁ କହିଛନ୍ତି। କଙ୍ଗନା ରଣାଓ୍ବତଙ୍କ ବିମାନ ଯାତ୍ରା ସମୟରେ ଏହି ଘଟଣା ଘଟିଛି। ଜଣେ ବରିଷ୍ଠ ଅଧିକାରୀ ଏ ବାବଦରେ ଆଜି ସୂଚନା ଦେଇଛନ୍ତି।

ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ)ର ଜଣେ ଅଧିକାରୀ କହିଛନ୍ତି ସେମାନେ ଏମିତି କିଛି ଭିଡିଓ ଦେଖିଛନ୍ତି ଯେଉଁଥିରେ ମିଡିଆକର୍ମୀ ପରସ୍ପର ବହୁତ ପାଖାପାଖି ଛିଡ଼ା ହୋଇଥିଲେ। ଗତବୁଧବାର ୬ଇ୨୬୪ ଉଡାଣ ବେଳେ ଏହି ଘଟଣା ଘଟିଥିଲା ଯାହା ସୁରକ୍ଷା ଓ ସାମାଜିକ ଦୂରତ୍ବର ନିୟମକୁ ଉଲ୍ଲଂଘନ କରିଥିଲା। ଏଣୁ ଏହି ଘଟଣାକୁ ନେଇ ଡିଜିସିଏ ଇଣ୍ଡିଗୋକୁ ରିପୋର୍ଟ ମାଗିଛି। ତେବେ ଡିଜିସିଏ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ମେ ୨୫ରେ ନିୟମ ଜାରି କରିଥିଲେ। ଯେଉଁଥିରେ କୁହାଯାଇଥିଲା ଗନ୍ତବ୍ୟରୁ ଆସିବା ପରେ ଯାତ୍ରୀଙ୍କୁ କ୍ରମରେ ଯିବାର ଅନୁମତି ଦେବା ଦରକାର ଯଦ୍ଦ୍ବାରା ଅଧିକ ଲୋକ ଯେମିତି ନିୟମ ଉଲ୍ଲଂଘନ କରିବେ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.