କରୋନା ଭାଇରସ୍‌ ଚିକିତ୍ସାକୁ ନେଇ ଖୁସି ଖବର, ଆଉ ଏକ ଟିକାକୁ ମଞ୍ଜୁରୀ ଦେଲା ଡିସିଜିଏ

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ, ୩୦/୦୭: କରୋନା ଭାଇରସ୍‌ର ମୁକାବିଲା କରିବା ନେଇ ଆଉ ଏକ ଖୁସି ଖବର ମିଳିଛି । ଭାରତର ଡ୍ରଗ୍ସ କଣ୍ଟ୍ରୋଲର ନିୟାମକ ବା ଡିସିଜିଏ ମଡର୍ଣ୍ଣା ଟିକାକୁ ମଞ୍ଜୁରୀ ଦେଇଛି । ବହୁଦିନ ହେବ ଏହି ଟିକାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଜରୁରୀକାଳିନ ବ୍ୟବହାର ପାଇଁ ଆଜି ଅନୁମତି ଦିଆଯାଇଥିବା ଜଣାପଡ଼ିଛି ।

ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସ ହୋଇଥିବା ବ୍ୟକ୍ତିଙ୍କ ଦେହରେ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି । ଏହି ଟିକାର ବ୍ୟବହାର କରାଗାଲେ ହୁଏତ ଟିକା ଅଭାବ ସମସ୍ୟାରୁ କିଛିଟା ମୁକ୍ତି ମିଳିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.