Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ରନ୍‌ ବର୍ଷା କଲେ ପୃଥ୍ବୀ ଶ, କୋଲକାତାକୁ ୭ ଓ୍ବିକେଟରେ ମାତ୍‌ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

29/04/2021 at 10:51 PM

ଅହମଦାବାଦ ୨୯/୪:  ଇଣ୍ଡିଆାନ୍‌ ପ୍ରିମିୟର ଲିଗ୍‌-୨୦୨୧ର ୨୫ ତମ ମ୍ୟାଚ୍‌ରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟଲ୍ସ (ଡିସି)। ପୃଥ୍ବୀ ଶ’ଙ୍କ ଦମଦାର ବ୍ୟାଟିଂ ଦଳକୁ ସହଜ ବିଜୟ ଆଣିଦେଇଛି। କୋଲକାତା ନାଇଟ ରାଇଡର୍ସ (କେକେଆର)କୁ ମାତ ଦେବା ସହ ଚଳିତ ସିଜନ୍‌ରେ ପଞ୍ଚମ ବିଜୟ ହାସଲ କରିଛି ଡିସି।  ୧୩୨ ରନ୍‌ରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ୪୭ ବଲ୍‌ରେ ୪୬ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ ଶିଖର ଧାଓ୍ବନ। ପରେ ପରେ ୪୧ ବଲ୍‌ରେ ୮୨ ରନ୍‌ କରି କ୍ୟାଚ୍‌ ଆଉଟ୍‌ ହୋଇଥିଲେ ପୃଥ୍ବୀ ଶ’। ୧୫୦ ରନ୍‌ ବେଳକୁ ଅଧିନାୟକ ଋଷଭ ପନ୍ତ ୧୬ ରନ୍‌ କରି ଆଉଟ ହୋଇଥିଲେ। ୧୬ ଓଭର ୩ ବଲ୍‌ରେ ଦଳ ବିଜୟ ହାସଲ କରିଛି। ୭ ଓ୍ବିକେଟରେ କେକେଆରକୁ ମାତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ।

ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ୍‌ ହରାଇ ସଂଗ୍ରହ କରିଥିଲା ୧୫୪ ରନ । ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଜିତିବାକୁ ଦରକାର ଥିଲା ୧୫୫ ରନ ।

କୋଲକାତା ପକ୍ଷରୁ ନୀତିଶ ରାଣା ୧୫ ରନ, ଶୁଭମାନ ଗିଲ ୪୩ ରନ, ରାହୁଲ ତ୍ରିପାଠୀ ୧୯, ଇୟନ୍‌ ମୋର୍ଗାନ୍‌ ୦, ସୁନୀଲ ନାରାୟଣ ୦, ଦିନଶେ କାର୍ତ୍ତିକ ୧୪ରନ କରି ଆଉଟ ହୋଇଥିଲେ । ରସେଲ ବିସ୍ଫୋରକ ବ୍ୟାଟିଂ କରି ୪ ଛକା ଏବଂ ୨ ଛକା ସହାୟତାରେ ୪୫ରନ, ପ୍ୟାଟ୍ସ କମିନ୍ସ୍ ୧୧ ରନ କରି ଅପରାଜିତ ଥିଲେ ।

ଦିଲ୍ଲୀ ପକ୍ଷରୁ ଇଶାନ୍ତ ଶର୍ମା ୪ ଓଭରରେ ୩୪ ରନ ଦେଇଥିବା ବେଳେ କାଗିସୋ ରାବାଡା ୪ ଓଭରରେ ୩୧, ଅକ୍ଷର ପଟେଲ ୪ ଓଭରରେ ୩୨ ରନ ୨ ଓ୍ବିକେଟ୍‌, ଅବେଶ ଖାନ ୪ ଓଭରରେ ୩୧ ରନ ୧ ଓ୍ବିକେଟ୍‌, ଲଳୀତ ଯାଦବ ୩ ଓଭରରେ ୧୩ ରନ ୨ ଓ୍ବିକେଟ୍, ମାର୍କସ୍‌ ଷ୍ଟୋଇନିସ୍‌ ୧ ଓଭରରେ ୭ ରନ ଦେଇ ଗୋଟିଏ ଓ୍ବିକେଟ୍‌ ନେଇଥିଲେ ।

   Related Posts