ସମ୍‌ ଦ୍ଵାରା ପ୍ରତିଷ୍ଠା ହେଉଥିବା ଦେଶର ସବୁଠୁ ବଡ COVID-19 ହସ୍ପିଟାଲର କାର୍ଯ୍ୟ ସମୀକ୍ଷା କଲେ ଉନ୍ନୟନ କମିଶନର, 5-T ସଚିବ

Published By : Prameya-News7 Bureau | March 29, 2020 IST

ଭୁବନେଶ୍ଵର ୨୯।୦୩: ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ରାଜ୍ୟସରକାରଙ୍କୁ କରୋନା ହସ୍ପିଟାଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ତତ୍ପର ହୋଇ ଉଠିଛନ୍ତି ରାଜ୍ୟ ସରକାର। କରୋନା ହସ୍ପିଟାଲ ପାଇଁ ଆଗକୁ ଆସିଛି ରାଜ୍ୟର ଅଗ୍ରଣୀ ସମ୍ ହସ୍ପିଟାଲ।  ସମ୍ ଦ୍ଵାରା ପ୍ରତିଷ୍ଠା ହେବାକୁ ଯାଉଥିବା ଦେଶରେ ସବୁଠୁ ବଡ କୋଭିଡ୍-୧୯ ହସ୍ପିଟାଲ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି କ୍ରମରେ ଓଡିଶା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିୟାନ ଶନିବାର କୋଭିଡ୍-୧୯ ହସ୍ପିଟାଲର ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

{"id":245940,"sizeSlug":"large"}

ବରିଷ୍ଠ ଅଧିକାରୀମାନେ SOA ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ -2 ପରିଦର୍ଶନ କରିଥିଲେ, ଯେଉଁଠାରେ SUM ହସ୍ପିଟାଲ୍ ଏକ ୫୦୦ ଶଯ୍ୟା ବିଶିଷ୍ଟ ଆର୍ଟ ହସ୍ପିଟାଲ୍ ପ୍ରତିଷ୍ଠା କରୁଛି ଯାହା କେବଳ COVID-19 ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ। ଏହି ସମୟରେ ସୋଆର ସଂସ୍ଥାପକ ଡ. ମନୋରଞ୍ଜନ ନାୟକ ହସ୍ପିଟାଲର ଅଗ୍ରଗତି ବିଷୟରେ ଅଧିକାରୀଙ୍କୁ ଅବଗତି କରାଇଥିଲେ।

ଦେଶର ସବୁଠୁ ବଡ COVID-19 ଡାକ୍ତରଖାନା ୧୫ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଉଲ୍ଲେଖଯୋଗ୍ୟ, ଗତ ଦିନ KIMS ଦ୍ୱାରା ସ୍ଥାପିତ ଅନ୍ୟ ଏକ COVID- 19 ହସ୍ପିଟାଲର ଅଗ୍ରଗତି ବିଷୟରେ 5T ସଚିବ ମଧ୍ୟ ସମୀକ୍ଷା କରିଥିଲେ।

{"id":245941,"sizeSlug":"large"}

ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମିକଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇ ୯୭୯ରେ ପହଞ୍ଚିଛି। ସେହି ଭଳି ଏହି ମାରାତ୍ମକ ରୋଗରେ ୨୧ ଜଣଙ୍କ ପ୍ରାଣହାନୀ ଘଟିଛି। ଓଡିଶାରେ କେବଳ ୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.