ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଲ୍ୟ ଯୋଜନାର ପଞ୍ଚାୟତସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ

Published By : Prameya-News7 Bureau | November 03, 2021 IST

ଖଲ୍ଲିକୋଟ, ୦୩/୧୧: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ କଣମଣା ପଚାଂୟତ ବାତ୍ୟା ଆଶ୍ରୟସ୍ଥଳ ପରିସରରେ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଲ୍ୟ ଯୋଜନାର ପଚାଂୟତସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ  ଗ୍ରାମାଚଂଳର ଯୁବକ-ଯୁବତୀମାନଙ୍କୁ ଦକ୍ଷତା ବିକାଶ ତାଲମ ସହ କିପରି ରୋଜଗାରକ୍ଷମ ହୋଇପାରିବେ ଏହା ଶିବିରର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ । ସରକାରଙ୍କ ଏହାଏକ ଅଭିନବ ରୋଜଗାର ବ୍ୟବସ୍ଥା ।

ଏଥିରେ ମାଗଣାରେ ତାଲିମ, ହଷ୍ଟେଲ ଓ ଖାଇବା ବ୍ୟବସ୍ଥା ସହ ତାଲିମ ପରେ ନିଶ୍ଚିତଭାବେ ନିଯୁକ୍ତିର ସୁଯୋଗ ରହିଛି ବୋଲି ବିଧାୟକ କହିଥିଲେ । ପୂର୍ବରୁ ଏହି ସବୁ ଶିବିର ଜିଲାସ୍ତରୀୟ, ବ୍ଲକ ସ୍ତରୀୟ ହେଉଥିବା ବେଳେ ଏବେ ପ୍ରତି ପଚାଂୟତରେ ଏହି ଶିବିର ଅନୁଷ୍ଠିତ ହେଉଛି । ଆଜି ଛତ୍ରପୁର ବ୍ଲକର ୫ଟି ପଚାଂୟତ କଣମଣା, ଅଗସ୍ତି ନୂଆଗାଁ, ଶ୍ରୀରାମଚନ୍ଦ୍ରପୁର, କାଳିପଲ୍ଲୀ ଓ ଆର୍ଯପଲ୍ଲୀ ପଚାଂୟତର ସମୁଦାୟ ୭୯ ଜଣ ଯୁବକ-ଯୁବତୀ ତାଲିମ ନେବାପାଇଁ ପଞ୍ଜିକରଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.