ବୌଦ୍ଧ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

Published By : Prameya-News7 Bureau | June 29, 2020 IST

ବୌଦ୍ଧ୨୯/୬: ଦେଶରେ କିଛିଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ହୁହୁ ହୋଇ ବୃଦ୍ଧି ପାଉଛି। ଏନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସୋମବାର ରାଜ ରସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଲକଡାଉନ୍ ସମୟରେ ପେଟ୍ରୋଲିୟମ ସାମଗ୍ରୀରେ ଟିକସ ବସାଇ ଖାଉଟିମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ କରିଛି ଜିଲ୍ଳା କଂଗ୍ରେସ। ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଁ ଜିଲ୍ଲା କଂଗ୍ରେସ ଦାବି କରିଛି।ସେଥିପାଇଁ ଆଜି କଂଗ୍ରେସ କର୍ମୀମାନେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଜରିଆରେ ଏକ ୪ ଦଫା ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ନବ ମିଶ୍ର, ପ୍ରଶାନ୍ତ ସାହୁ, ସମରେଶ ମିଶ୍ର, ନାରାୟଣ ପ୍ରସାଦ ପରିଜା, ବୁଦ୍ଧଦେବ ପ୍ରଧାନ, ଶିବଚରଣ ବେହେରା, ସରୋଜ ସାହୁ, ବେଣୁଧର ମେହେର, କ୍ଷୀରୋଦ ନାଏକ, ଅର୍ଜୁନ ମହାନନ୍ଦିଆ, ଅଚ୍ୟୁତ କର୍ଣ୍ଣ, କେଶବ କ୍ଷେତୀ, ପ୍ରଦିପ ଦାସ, ଚି ବେହେରା, ରୋହିତ ବସ୍ତିଆ, ରାୟ ସଂଜୀବ ଦେଓ, ମହେଶ୍ୱର ପ୍ରଧାନ, ପ୍ରଭଞ୍ଜନ ବାରିକ ପ୍ରମୁଖ ୫୦ରୁ ଉର୍ଦ୍ଧ୍ବ କର୍ମୀ ଓ ନେତା ଉପସ୍ଥିତ ରହି ବିଜେପି ସରକାର ବିରୋଧରେ ନାରାବାଜି କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.