Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||

ଦିନରେ କାମ କରିବା ସମୟରେ ନିଦ ମାଡ଼ୁଛି କି? ତେବେ ସାବଧାନ ଭବିଷ୍ୟତରେ ଭୟଙ୍କର ରୋଗରେ ହୋଇ ପାରନ୍ତି ଶିକାର…

2/11/2019 at 9:17 PM

କର୍ମମୟ ଜୀବନରେ କୌଣସି କାମ କରିବା ସମୟରେ ଆମକୁ ନିଦ ମାଡ଼ିଥାଏ। ଅଧିକାଂଶ ଲୋକ କାମ କରୁଥିବା ସ୍ଥାନରେ ବି ଶୋଇ ପଡ଼ନ୍ତି। ଦିନରେ କାମ କରିବା ସମୟରେ ଆପଣଙ୍କୁ ନିଦ ଲାଗିଲେ ତେବେ ଭବିଷ୍ୟତରେ ଆପଣ କୌଣସି ଏକ ଭୟଙ୍କର ରୋଗରେ ଶିକାର ହୋଇପାରନ୍ତି।

 ଏକ ଗବେଷଣାରୁ ଜଣାଯାଇଛି ଯେ ଦିନରେ କାମ କରୁଥିବା ବେଳେ ନିଦ ମାଡ଼ିବା ଅଲଜାଇମରର ଲକ୍ଷଣ ହୋଇପାରେ। ତେଣୁ ‘ସ୍ଲିପ୍‌ ଜର୍ଣ୍ଣାଲ୍‌’ରେ ପ୍ରକାଶିତ ଗବେଷଣାରେ ମଧ୍ୟ କୁହାଯାଇଛି ଯେ, ଦିନରେ ନିଦ ଆସିବା ଭବିଷ୍ୟତରେ ମସ୍ତିଷ୍କରେ ପ୍ଲାକର ସଂରଚନା ହୋଇପାରେ।

ଏହି ଗବେଷଣାର ପ୍ରମୁଖ ଲେଖକ ତଥା ଆମେରିକାରେ ଜନ୍‌ସ ହପକିନ୍‌ସ ବ୍ଲୁମ ବର୍ଗ ସ୍କୁଲ ଅଫ୍‌ ପବ୍ଲିକ୍‌ ହେଲ୍‌ଥରେ ଆସୋସିଏଟ୍‌ ପ୍ରଫେସର୍‌ ଏଡ୍‌ମ ପି. ସ୍ପିରା କହନ୍ତି ଯେ, ଯଦି ଦିନରେ କାମ କରୁଥିବା ବେଳେ ଏପରି ଆପଣଙ୍କ କ୍ଷେତ୍ରରେ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହି ଗବେଷଣାରେ ୬୦ ବର୍ଷ ବୟସ୍କ ୧୨୪ ଜଣ ପୁରୁଷ ଓ ମହିଳାଙ୍କୁ ନେଇ ଗବେଷଣା କରାଯାଇଥିଲା।

   Related Posts