Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

ଓଡିଶାରେ ଲାଗିପାରେ ଡେ’ କର୍ଫ୍ୟୁ, ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

5/04/2021 at 1:17 PM

ଭୁବନେଶ୍ୱର,୦୫/୦୪:    ରାଜ୍ୟରେ ଲାଗୁ ହୋଇପାରେ ଡେ କର୍ଫ୍ୟୁ । ଆବଶ୍ୟକ ପଡିଲେ କର୍ଫ୍ୟୁ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ସୂଚନାନୁସାରେ, ଗତ କିଛି ଦିନ ଧରି ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟରେ ମଧ୍ୟ କରୋନା ମାମଲା ହୁହୁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପରିକି ବିଭିନ୍ନ ବ୍ୟାଙ୍କ, କୋଚିଂ ସେଣ୍ଟର, କଲେଜ ଓ ସ୍କୁଲରୁ ମଧ୍ୟ ପଜିଟିଭ୍ ବାହାରିଲେଣି । ଏହାକୁ ନଜରରେ ରଖି ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ ସୀମାନ୍ତ ଜିଲ୍ଲାକୁ ପର୍ଯ୍ୟବେକ୍ଷକମାନେ ଯାଇଛନ୍ତି । ଷ୍ଟେସନ, ଶିକ୍ଷାନୁଷ୍ଠାନ ଓ ଏୟାରପୋର୍ଟ ସବୁଠି ପଜିଟିଭ୍ ବାହାରିଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ରବିବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ୪-୫ ଦିନ ମଧ୍ୟରେ ଡେ କର୍ଫ୍ୟୁ ଲାଗୁ ହୋଇପାରେ ବୋଲି କହିଥିଲେ । ସରକାର ଏଦିଗରେ ଅନୁଧ୍ୟାନ କରୁଥିବା କହିଥିଲେ । କିନ୍ତୁ ପରେ ଏସଆରସି ବର୍ତ୍ତମାନ ସ୍ଥିତିରେ ଡେ କର୍ଫ୍ୟୁ ଲାଗୁ ନେଇ କୌଣସି ଯୋଜନା ନଥିବା ସ୍ପଷ୍ଟ କରିଥିଲେ ।

   Related Posts