ଏୟାର ଶୋ' ଅଭ୍ୟାସ ବେଳେ ପରସ୍ପର ସହ ଧକ୍କା ହେଲା ସୂର୍ଯ୍ୟକିରଣ ଏୟାରକ୍ରାଫ୍ଟ

Published By : Prameya-News7 Bureau | February 19, 2019 IST

ବାଙ୍ଗାଲୁରୁ ୧୯/୨ : ବାଙ୍ଗାଲୁରୁରେ ବୁଧବାର ଠାରୁ ଆରମ୍ଭ ହେବାକୁ ଥିବା ଏୟାର ଶୋ' ପୂର୍ବଦିନ ଅର୍ଥାତ ଆଜି ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛି | ବାଙ୍ଗାଲୁରୁ ସ୍ଥିତ ୟେଲହଂକା ବିମାନବନ୍ଦରରେ ଏୟାର ଶୋ' ବେଳେ ଦୁଇଟି ସୂର୍ଯ୍ୟ କିରଣ ଏୟାରକ୍ରାଫ୍ଟ ପରସ୍ପରକୁ ଧକ୍କା ଦେଇଥିଲା | ଦୁର୍ଘଟଣାରେ ବିମାନର ଉଭୟ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି | ଅଭ୍ୟାସ ବେଳେ ଦୁଇଟି ବିମାନ ପରସ୍ପର ସହ ଧକ୍କା ହୋଇଥିଲା |

{"id":86638}


ବାଙ୍ଗାଲୁରୁ ଥରେ ଏୟାର ଇଣ୍ଡିଆ ୨୦୧୯ ଏୟାର ଶୋ' ଫେବୃଆରୀ ୨୦ ତାରିଖରୁ ୨୪ ତାରିଖ ଜଣେ ଚାଲିବ | ଏଥିପାଇଁ ସମସ୍ତ ଆୟୋଜନ ହୋଇଛି | ଏହି ୫ ଦିବସୀୟ କାର୍ଯ୍ୟକ୍ରମର ଆୟୋଜନ ଭାରତୀୟ ବାୟୁସେନାର ୟେଲହଂକା ସୈନ୍ୟ ଅଡ୍ଡାରେ କରାଯିବ | ଏହି ଏୟାର ଶୋ'ରେ ବୈଷିକ ଏବଂ ଭାରତୀୟ ଏରୋସ୍ପେସର ପ୍ରଦ୍ୟୋଗିକରଣ ଏବଂ ଉତ୍ପାଦନ ପେସା କରାଯିବ |

{"id":86639}


ସୂଚନାଯୋଗ୍ୟ ଯେ, ଚଳିତ ଥର ଏହି ଏୟାର ଶୋ'ରେ ରାଫେଲ ବିମାନ ପ୍ରଦର୍ଶନ କରାଯିବ | ଯେଉଁଥିପାଇଁ ସମସ୍ତଙ୍କ ନଜର ଏହି ଶୋ' ଉପରେ | ରାଫେଲ ବିମାନକୁ ନେଇ ଗତ କିଛି ଦିନ ହେଲା ରାଜନୀତି ସରଗରମ ରହିଥିଲା | ତଥାପି ବାୟୁସେନା କହିଥିଲା ଯେ, ରାଫେଲ ବିମାନ ତାଙ୍କ ପାଇଁ ମହତ୍ଵପୁର୍ଣ | ଶୋ'ରେ ରାଫେଲ ବିମାନ ଉପରେ ହିଁ ସମସ୍ତଙ୍କ ନଜର ରହିବ ବୋଲି କହିଛନ୍ତି ସେନା ଅଧିକାରୀ |

{"id":86640}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.