Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ରୋଚକ ମୋଡରେ କାନପୁର ଟେଷ୍ଟ, ଭାରତର ପଲ୍ଲା ଭାରି, ନ୍ୟୁଜିଲାଣ୍ଡର ସ୍କୋର ୪/୧

28/11/2021 at 5:01 PM

କାନପୁର ୨୮।୧୧: ରୋମାଞ୍ଚକ ମୋଡରେ କାନପୁର ଟେଷ୍ଟ। ଗ୍ରୀନପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା  ଭାରତର ପଲ୍ଲା ଭାରି ରହିଛି। ଭାରତ ଦ୍ଵିତୀୟ ଇନିଂସରେ ୭ ଓ୍ଵିକେଟ୍‌ରେ ୨୩୪ ରନ କରି ପାଳି ସମାପ୍ତି ଘୋଷଣା କରିଛି। ଏଥିସହ ପ୍ରଥମ ଇନିଂସର ୪୯ ରନର ଅଗ୍ରଣୀ ଭିତ୍ତିରେ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ସାମ୍ନାରେ ଭାରତ ୨୮୪ ରନର ବିଜୟ ଲକ୍ଷ୍ୟ ରଖିଛି। ଜବାବରେ କିଓ୍ଵି ଦଳ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୧ ଓ୍ଵିକେଟ୍ ହରାଇ ୪ ରନ କରିଛି। ଟମ୍ ଲାଥମ(୨) ଓ ଓ୍ଵିଲିୟମ ସମରଭିଲେ(୦) ଅପରାଜିତ ଅଛନ୍ତି। ୨୮୪ ରନର  ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦିନର ଶେଷ ଆଡକୁ ଓପନର ଓ୍ଵିଲ ୟୋଙ୍ଗ(୨) ଅଶ୍ଵିନଙ୍କ ବଲ୍‌ରେ ଏଲବିଡବ୍ଲ୍ୟୁ ହୋଇଥିଲେ।

ଆସନ୍ତାକାଲି ଶେଷ ଦିନରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୨୮୦ ରନ ଦରକାର ଥିବା ବେଳେ ଭାରତକୁ ଦରକାର ୯ ଓ୍ଵିକେଟ୍। ତେଣୁ ପଞ୍ଚମ ଦିନର ପ୍ରଥମ ସେସନରେ ଖେଳ ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ଦ୍ଵିତୀୟ ଇନିଂସରେ ଭାରତ ପକ୍ଷରୁ ପୁଣି ଥରେ ଶ୍ରେୟସ ଆୟର ଦମଦାର ବ୍ୟାଟିଂ କରି ୬୫ ରନ କରିଛନ୍ତି। ଋଦ୍ଧିମାନ ଶାହା ୬୧ ରନର ଅପରାଜିତ ଇନିଂସ  ଖେଳିଥିବା ବେଳେ ଅକ୍ଷର ପଟେଲ୍ ୨୮ ରନରେ ଅପରାଜିତ ଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୩୨ ରନ କରିଥିଲେ।  ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ଵିତୀୟ ଇନିଂସରେ ଟିମ୍ ସାଉଦି ଓ କାଇଲ ଜେମିସନ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଭାରତ ତୃତୀୟ ଦିନର ଅସମାପ୍ତ ଖେଳ ୧୪/୧ରୁ ଚତୁର୍ଥ ଦିନର ଖେଳ ଆରମ୍ଭ କରିଥିଲା। ତେବେ ଖରାପ ଫର୍ମ ଦେଇ ଗତି କରୁଥିବା ଚେତେଶ୍ଵର ପୂଜାରା(୨୨) ଆଉଟ୍ ହୋଇଥିଲେ। ପୁଣି ଥରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ନିରାଶ କରି ମାତ୍ର ୪ ରନ କରି ବିଦାୟ ନେଇଥିଲେ। ଓପନର ମୟଙ୍କ ଅଗ୍ରଓ୍ଵାଲ ଅଧିକ ସମୟ କ୍ରିଜରେ ଜମିବାକୁ ଚେଷ୍ଟା କରିଥିଲେ ହେଁ ୧୭ ରନ କରି ଆଉଟ୍ ହୋଇଥିଲେ। ରବୀନ୍ଦ୍ର ଜାଡେଜା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଶ୍ରେୟସ ଆୟର କ୍ରିଜରେ ଜମି ରହିଥିବା ବେଳେ ଭାରତ ୫୧ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ରହିଥିଲା।

ତେବେ ଅଶ୍ଵିନ କ୍ରିଜକୁ ଆସି ଶ୍ରେୟସଙ୍କୁ ଉପଯୁକ୍ତ ସହଯୋଗ ଦେଇଥିଲେ। ଦୁଇ ବ୍ୟାଟସମ୍ୟାସ ଷଷ୍ଠ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ। ଅଶ୍ଵିନ ୫ ଚୌକା ସହ ୩୨ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ପ୍ରଥମ ଇନିଂସରେ ଶତକ ଅର୍ଜନ କରିଥିବା ଶ୍ରେୟସ ଦ୍ଵିତୀୟ ଇନିଂସରେ ଚମତ୍କାର ବ୍ୟାଟିଂ କରି ୮ ଚୌକା  ଓ ୧ ଛକା ସହ ୬୫ ରନ କରିଥିଲେ। ଶ୍ରେୟସ ଓ ଋଦ୍ଧିମାନ ଶାହ ସପ୍ତମ ଓ୍ଵିକେଟ୍‌ରେ ୬୪ ରନ ଯୋଡିଥିଲେ। ଏହା ପରେ ଋଦ୍ଧିମାନ ଶାହା  ଭାରତର ସ୍କୋରକୁ ଆଗକୁ ବଢାଇଥିଲେ। ସେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଟେଷ୍ଟ କ୍ୟାରିୟରରେ ପଞ୍ଚମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅସମାପ୍ତ ଅଷ୍ଟମ ଓ୍ଵିକେଟ୍‌ରେ ଶାହା ଓ ଅକ୍ଷର ୬୭ ରନ ଯୋଡି  ଭାରତର ସ୍କୋରକୁ ୨୩୪/୭ରେ ପହଞ୍ଚାଇଥିଲେ। ଶାହା ୬୧ ଓ ଅକ୍ଷର ୨୮ ରନ କରି ଅପରାଜିତ ଥିଲେ।

   Related Posts