ବଳାତ୍କାରର ସଙ୍ଗୀନ ଅଭିଯୋଗ ଆଣିଲେ ଦାଉଦ ଗୋଷ୍ଠୀର ପ୍ରମୁଖ ସଦସ୍ୟଙ୍କ ପତ୍ନୀ, ହାର୍ଦ୍ଦିକ-ମୁନାଫ ଓ ରାଜୀବ ଶୁକ୍ଳାଙ୍କ ନାଁ ବି ସାମିଲ୍

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ ୧୨।୧୧: ଦାଉଦ ଇବ୍ରାହିମ ଗୋଷ୍ଠୀର ଏକ ପ୍ରମୁଖ ସଦସ୍ୟ ରିୟାଜ ଭାଟିଙ୍କ ପତ୍ନୀ ନିଜ ସ୍ଵାମୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସ୍ଵାମୀ ରିୟାଜ ତାଙ୍କୁ ପର ପୁରୁଷଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ସହ ଯୌନ ଉତ୍ପୀଡନ ଦେଉଥିଲେ ବୋଲି ପତ୍ନୀ କହିଛନ୍ତି। କେବଳ ଏତିକି ନୁହେଁ ତାଙ୍କୁ ହାଇ ପ୍ରୋଫାଇଲ ଲୋକଙ୍କ ସହିତ  ଯୌନ ସମ୍ବନ୍ଧ ରଖିବାକୁ ମଧ୍ୟ ବାଧ୍ୟ କରାଯାଉଥିଲା। ପୀଡିତା ଏ ନେଇ ମୁମ୍ବାଇ ପୋଲିସରେ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ଅଭିଯୋଗରେ କ୍ରିକେଟ୍‌ର ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ୍, ରାଜୀବ ଶୁକ୍ଳା ଓ ପୃଥ୍ଵୀରାଜ କୋଠାରୀଙ୍କ ନାମ ମଧ୍ୟ ସାମିଲ୍।

ଏଏନଆଇରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମର ନିକଟତର ସହଯୋଗୀ ରିୟାଜ ଭାଟିଙ୍କ ପତ୍ନୀ ଗୁରୁତର ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ସ୍ଵାମୀ ତାଙ୍କୁ ହାଇ ପ୍ରୋଫାଇଲ ଲୋକଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ। ମୁମ୍ବାଇ ପୋଲିସରେ ଦାୟର ଅଭିଯୋଗରେ ଯେଉଁ ଲୋକଙ୍କ ଉପରେ ସେ ଦୁଷ୍କର୍ମର ଅଭିଯୋଗ ଲଗାଇଛନ୍ତି, ସେଥିରେ ଭାଟିଙ୍କ ବ୍ୟତୀତ କ୍ରିକେଟର ମୁନାଫ ପଟେଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା, କଂଗ୍ରେସ ନେତା ରାଜୀବ ଶୁକ୍ଳା ଏବଂ ପୃଥ୍ଵୀରାଜ କୋଠାରୀଙ୍କ ନାମ ସାମିଲ୍।

ପୀଡିତା ୨୦୨୧ ସେପ୍ଟେମ୍ବର ୨୪ରେ ମୁମ୍ବାଇର ସାନ୍ତାକ୍ରୁଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମତରେ ଅଭିଯୋଗରେ ମହିଳା ଯେଉଁ ଲୋକଙ୍କ ନାମ ଲେଖିଛନ୍ତି, ସେଥିରେ ସେମାନଙ୍କର ଠିକଣା ଉଲ୍ଲେଖ ନାହିଁ। ନା କୌଣସି ତାରିଖ ରହିଛି ନା ଅପରାଧର ସ୍ଥାନ ରହିଛି। କିନ୍ତୁ ପୀଡିତା ମହିଳା ନିଜ ସ୍ଵାମୀ ସମେତ ଅନେକ ଲୋକଙ୍କ ଉପରେ ବଳାତ୍କାର ଓ ଉତ୍ପୀଡନର ଅଭିଯୋଗ ଲଗାଇଛନ୍ତି।

ହେଲେ ମୁମ୍ବାଇ ପୋଲିସ ଏ ପର୍ଯ୍ୟନ୍ତ କୌଣସି ଏଫଆଇଆର ରୁଜୁ କରିନାହିଁ। ପୋଲିସ ଅଧିକାରୀ କହିଛନ୍ତି, ମାମଲାର ତଦନ୍ତ କରାଯିବ। ସଂପ୍ରତି ତଦନ୍ତରେ ଅପରାଧ ବିଷୟରେ ସ୍ପଷ୍ଟ ଜଣା ପଡିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.