Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ନିଲାମ ହେଲା କୁଖ୍ୟାତ ଦାଉଦ ଇବ୍ରାହିମର ସମ୍ପତ୍ତି : କିଣିଲେ ଦିଲ୍ଲୀର ୨ଜଣ ଓକିଲ

10/11/2020 at 2:47 PM

ମୁମ୍ବାଇ ୧୦/୧୧: ମୁମ୍ବାଇରେ ଅଣ୍ଡରଓ୍ବାଲର୍ଡ଼ ଡନ୍ ଦାଉଦ ଇବ୍ରାହିମଙ୍କ ସମ୍ପତ୍ତି ଶେଷରେ ନିଲାମ ହୋଇଯାଇଛି। ଦିଲ୍ଲୀର ୨ଜଣ ଓକିଲଙ୍କୁ ଦାଉଦର ୬ଟି ସମ୍ପତ୍ତି ମିଳିଛି। ଏହା ଦ୍ବାରା ସରକାର ୨୨ଲକ୍ଷ ୭୯ହଜାର ୬୦୦ଟଙ୍କାର ଆୟ କରିଛି। ଓକିଲ ଅଜୟ ଶ୍ରୀବାସ୍ତବଙ୍କୁ ଦାଉଦର ୨ଟି ସମ୍ପତ୍ତି ଏବଂ ଓକିଲ ଭୂପେନ୍ଦ୍ର ଭରଦ୍ବାଜଙ୍କୁ ଦାଉଦ ଇବ୍ରାହିମର ୪ଟି ସମ୍ପତ୍ତି ମିଳିଛି।

ଅଣ୍ଡରଓ୍ବାଲର୍ଡ଼ ଡନ୍ ଦାଉଦ ଇବ୍ରାହିମର ନିକଟ ସମ୍ପର୍କୀୟ ଇକବାର ମିର୍ଚ୍ଚିର ସମ୍ପତ୍ତି ଏଥର ମଧ୍ୟ ନିଲାମରେ ବିକ୍ରି ହୋଇପାରିନଥିଲା। ତାର ସମ୍ପତ୍ତି ଜୁହୁରେ ରହିଛି। ନିଲାମ ଡାକୁଥିବା ଲୋକଙ୍କ ମତରେ ସମ୍ପତ୍ତିର ମୂଲ୍ୟ ବହୁତ ଅଧିକ ଲଗାଯାଇଛି। ଏଥିପାଇଁ ସେ ନିଲାମ ଡାକିବାରୁ ପଛକୁ ହଟିଯାଇଥିଲେ।

ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ ଇବ୍ରାହିମର ପୁରାତନ ବଙ୍ଗଳା ପାଖାପାଖି ୧୧ଲକ୍ଷ ୨ହଜାର ଟଙ୍କାରେ ବିକ୍ରି ହୋଇଥିଲା। ଏହି ସମୟରେ ଦାଉଦର ସମ୍ପତ୍ତି ୨ଓକିଲ କିଣିଛନ୍ତି।

   Related Posts