୬୭ବର୍ଷରେ ବି ଡନ୍ ରୋମାଣ୍ଟିକ୍ , ୩୭ବର୍ଷୀୟା ତରୁଣୀଙ୍କ ଦାଉଦର ନୂଆ ଗାର୍ଲଫ୍ରେଣ୍ଡ୍

Published By : Prameya-News7 Bureau | August 26, 2020 IST

ମୁମ୍ବାଇ ୨୬/୮: ଅଣ୍ଡରଓ୍ବାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଦାଉଦଙ୍କ ନୂଆ ଗାର୍ଲଫ୍ରେଣ୍ଡଙ୍କ ନାଁ ସାମନାକୁ ଆସିଛି। କୁହାଯାଉଛି ଯେ ସେ ଜଣେ ପାକିସ୍ତାନୀ ଅଭିନେତ୍ରୀ  ଏବଂ ଯାହାକୁ ଲୋକ ଗ୍ୟାଙ୍ଗଷ୍ଟାର୍ ଗୁଡ଼ିଆ ନାଁରେ ମଧ୍ୟ ଜାଣନ୍ତି। ସେ ହେଉଛନ୍ତି ମେହଓ୍ବିଶ ହୟାତ।

wp:core-embed/twitter {"url":"https://twitter.com/todaymynews1/status/1298479360035434496","type":"rich","providerNameSlug":"twitter","className":""}
https://twitter.com/todaymynews1/status/1298479360035434496
/wp:core-embed/twitter

ମେହଓ୍ବିଶ ହୟାତ ପ୍ରଥମ ପାକିସ୍ତାନୀ ଅଭିନେତ୍ରୀ ନୁହଁନ୍ତି ଯାହାର ନାଁ ଦାଉଦ ଇବ୍ରାହିମଙ୍କ ସହ ଯୋଡ଼ିଛି। କୁହାଯାଉଛି ଯେ ମେହଓ୍ବିଶ, ଦାଉଦଙ୍କଠୁ ପାଖାପାଖି ୨୭ବର୍ଷ ବଡ଼। ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦାଉଦ ବହୁତ ଟଙ୍କା ଲଗାଇଛନ୍ତି। କରାଚୀ ଏବଂ ଲାହୋରରେ ଅନେକ ବଡ଼ ପ୍ରଡ୍ୟୁସର ଏବଂ ଡାଇରେକ୍ଟରଙ୍କ ସହ ତାଙ୍କର ସମ୍ପର୍କ ରହିଛି।

wp:core-embed/twitter {"url":"https://twitter.com/MehwishHayat/status/1110133211710005248","type":"rich","providerNameSlug":"twitter","className":""}
https://twitter.com/MehwishHayat/status/1110133211710005248
/wp:core-embed/twitter

ଦାଉଦଙ୍କ ନାଁ ଯୋଡ଼ାଯିବା ପରେ ମେହଓ୍ବିଶ୍ ହୟାତଙ୍କୁ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଉଛି। ହୟାତ କହିଛନ୍ତି ଯେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ତାଙ୍କର କାହା ସହ କୌଣସି ସମ୍ପର୍କ ନାହିଁ। ନିକଟରେ ହୟାତଙ୍କୁ ପାକିସ୍ତାନର ବଡ଼ ନାଗରିକ ସମ୍ମାନ ତମଗା-ଏ-ଇମତିଆଜରେ ସମ୍ମାନିତ କରାଯାଇଥିଲା।

{"id":320468,"sizeSlug":"large"}

ମେହଓ୍ବିଶ ହୟାତଙ୍କ ପୂର୍ବରୁ ଦାଉଦଙ୍କ ନାଁ ଅଭିନେତ୍ରୀ ଅନୀତା ଆୟୁବଙ୍କ ସହ ଯୋଡ଼ା ଯାଇ ସାରିଛି। ଦାଉଦ ଏବଂ ଅନୀତାଙ୍କ ପ୍ରେମ ବିଷୟରେ ଲୋକଙ୍କୁ ସେତେବେଳେ ଜଣା ପଡ଼ିଥିଲା ଯେତେବେଳେ ନିର୍ମାତା ଜାଭେଦ ସିଦ୍ଦିକୀଙ୍କ ନିର୍ମମ ହତ୍ୟା ହୋଇଥିଲା। ଜାଭେଦ ଅନୀତାଙ୍କୁ ଫିଲ୍ମରେ ସାଇନ କରିବାକୁ ମନା କରିଦେବାରୁ ତାଙ୍କୁ ହତ୍ୟା କରାଯାଇଥିଲା।

{"id":320470,"sizeSlug":"large"}

ଆଇଟମ୍ ନମ୍ବରରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ମେହଓ୍ବିଶ ବଲିଉଡରେ ସାହିତ୍ୟ ଚୋରି କରିବାର ଅଭିଯୋଗ ଲଗାଇ ସାରିଛନ୍ତି।  

{"id":320471,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.