୬୩ବର୍ଷରେ ପଦାର୍ପଣ କଲେ ଡନ୍ ଦାଉଦ ଇବ୍ରାହିମ୍ : ବଲିଉଡର ଦୁଇଜଣ ଅଭିନେତ୍ରୀଙ୍କ ପ୍ରେମରେ ଥିଲେ ପାଗଳ

Published By : Prameya-News7 Bureau | December 29, 2018 IST

ମୁମ୍ବାଇ ୨୯/୧୨: ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ ଇବ୍ରାହିମ୍ ଡିସେମ୍ବର ୨୭ତାରିଖରେ ୬୩ବର୍ଷ ବୟସରେ ପଦାର୍ପଣ କଲେ। ଦାଉଦ ୧୯୯୩ମସିହାରେ ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ  ଏବଂ ସେ ଏବେ ଭାରତରୁ ଫେରାର ଅଛନ୍ତି। କୁହାଯାଉଛି ଯେ ସେ ଏବେ ପାକିସ୍ତାନର କରାଚୀରେ ନିଜ ପରିବାର ସହିତ ରହୁଛନ୍ତି। ବଲିଉଡ ଅଭିନେତ୍ରୀ ମନ୍ଦାକିନୀଙ୍କ ନାଁ ଦାଉଦ ଇବ୍ରାହିମଙ୍କ ସହ ଯୋଡ଼ାଯିବା ପରଠାରୁ ସେ ବଲିଉଡ ଜଗତରୁ ଦୂରେଇ ଯାଇଛନ୍ତି।

wp:gallery {"ids":[68366]} /wp:gallery

୧୯୯୬ମସିହାରେ ମନ୍ଦାକିନୀଙ୍କ ଅଭିନୀତ ଶେଷ ଫିଲ୍ମ ଜୋରଦାର ରିଲିଜ ହେଲା ଏବଂ ଏହା ପରେ କେହି ଜାଣିପାରିଲେନି ଯେ ସେ କୁଆଡ଼େ ଗଲେ। ମନ୍ଦାକିନୀ ଦାଉଦଙ୍କ ସହ ନିଜ ସମ୍ପର୍କକୁ କେବେ ମାନିନଥିଲେ କିନ୍ତୁ ଶାରଜାହ କ୍ରିକେଟ ଷ୍ଟାଡିୟମରେ ମନ୍ଦାକିନୀ ଏବଂ ଦାଉଦଙ୍କୁ ଏକାଠି କ୍ରିକେଟ ମ୍ୟାଚ୍ ଦେଖୁଥିବାର ଦେଖିବାକୁ ମିଳିଥିଲା।

wp:gallery {"ids":[68367]} /wp:gallery

୯୦ଦଶକରେ ମନ୍ଦାକିନୀ ଏବଂ ଦାଉଦଙ୍କ ପ୍ରେମ କାହାଣୀ ସବୁଠୁ ଚର୍ଚ୍ଚାରେ ଥିଲା। ଡନଙ୍କୁ ମନ୍ଦାକିନୀ ଏତେ ପସନ୍ଦ ଆସିଯାଇଥିଲେ ଯେ ଦୁଇଜଣଙ୍କୁ ପ୍ରାୟ ସ୍ଥାନରେ ଏକାଠି ଦେଖିବାକୁ ମିଳୁଥିଲା। ମନ୍ଦାକିନୀ ମଧ୍ୟ ଦାଉଦଙ୍କୁ ଭେଟିବାକୁ ଦୁବାଇ ଯାଉଥିଲେ। ସେ ତାଙ୍କ ସହ ସମସ୍ତ ପାର୍ଟିରେ ଉପସ୍ଥିତ ରହୁଥିଲେ। ସେ ଦାଉଦଙ୍କ ସହ ଭାରତ –ପାକିସ୍ତାନ କ୍ରିକେଟ ମ୍ୟାଚ ଦେଖୁଥିଲେ।

wp:gallery {"ids":[68368]} /wp:gallery

ଜଣେ ପ୍ରସିଦ୍ଧ ସାମ୍ବାଦିକ ନିଜ ପୁସ୍ତକରେ ତାଙ୍କ ବିଷୟରେ ନକରାତ୍ମକ କଥା ଲେଖିଥିଲେ। ସେ କହିଥିଲେ ଯେ ମନ୍ଦାକିନୀ ଯେତେବେଳେ ଦୁବାଇ ଯାଉଥିଲେ ଦାଉଦଙ୍କ ଘରେ ରହୁଥିଲେ।

wp:gallery {"ids":[68369]} /wp:gallery

କୁହାଯାଉଥିଲା ଯେ ଦାଉଦଙ୍କ ସ୍ତ୍ରୀ ମେହଜବୀନଙ୍କୁ ମଧ୍ୟ ତାଙ୍କ ଦୁଇଜଣଙ୍କ ସମ୍ପର୍କ ବିଷୟରେ ସନ୍ଦେହ ହୋଇଥିଲା। ମେହଜବୀନ ଦାଉଦଙ୍କ ପଛରେ ଗୁପ୍ତଚର ଲଗାଇଥିଲେ ଯିଏ ଦାଉଦଙ୍କ ବିଷୟରେ ତାଙ୍କୁ ଖବର ଦେଉଥିଲେ।

wp:gallery {"ids":[68370]} /wp:gallery

ଏପରି ମଧ୍ୟ କୁହାଯାଉଥିଲା ଯେ ମେହଜବୀନଙ୍କୁ ବିବାହ ବିଚ୍ଛେଦର ଭୟ ଘାରିଥିଲା। କିନ୍ତୁ ପରେ ମନ୍ଦାକିନୀ ଦୁବାଇରୁ ମୁମ୍ବାଇ ଫେରିଆସିଥିଲେ। ସମସ୍ତେ କୁହନ୍ତି ଯେ ଦାଉଦ ଏବଂ ମନ୍ଦାକିନୀଙ୍କ ଏକ ପୁତ୍ର ମଧ୍ୟ ରହିଛି। ମନ୍ଦାକିନୀ ନିଜକୁ ଚାକଚକ୍ୟ ଦୁନିଆରୁ ଅଲଗା କରିସାରିଛନ୍ତି। ମନ୍ଦାକିନୀଙ୍କ ଦୁଇ ଜଣ ସନ୍ତାନ। ପୁଅ ରବ୍ବୀଲ ଏବଂ ଝିଅ ରାବ୍ଜେ। ପୁଅ ରବ୍ବୀଲଙ୍କ ୨୦୦୦ମସିହାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।

wp:gallery {"ids":[68379]} /wp:gallery

ମୁମ୍ବାଇରେ ରହିବା ସତ୍ତ୍ବେ ମନ୍ଦାକିନୀ ନିଜକୁ ଫିଲ୍ମ ଜଗତ ,ପାର୍ଟି ଏବଂ ସହରୀ ଚାକଚକ୍ୟଠୁ ଦୂରରେ ରଖିଛନ୍ତି ଏବଂ ପାରିବାରିକ ଜୀବନରେ ବ୍ୟସ୍ତ ରହିଛନ୍ତି। ଅଥବା ଦାଉଦଙ୍କ ସହ ସମ୍ପର୍କର ଖବର ତାଙ୍କୁ ଏତେ ବିବ୍ରତ କରିଛି ଯେ ସେ ସମସ୍ତଙ୍କଠୁ ନିଜକୁ ଦୂରେଇ ରଖିଛନ୍ତି।

wp:gallery {"ids":[68372]} /wp:gallery

ଦାଉଦଙ୍କ ଅଫେୟାର ପାକିସ୍ତାନୀ ଅଭିନେତ୍ରୀ ଅନିତା ଆୟୁବଙ୍କ ସହ ମଧ୍ୟ ଥିଲା। ଅନିତା ମନ୍ଦାକିନୀଙ୍କ ପରେ ଦାଉଦଙ୍କ ଜୀବନରେ ପ୍ରବେଶ କରିଥିଲେ। ଅନିତା ଆୟୁବ ପାକିସ୍ତାନର ଏକମାତ୍ର ଅଭିନେତ୍ରୀ ଯିଏ ଦାଉଦଙ୍କ ସହ ସମ୍ପର୍କ ଯୋଡ଼ିଥିଲେ। ଫିଲ୍ମ ନିର୍ମାତା ଜାଭେଦ ସିଦ୍ଦିକୀଙ୍କ ନିର୍ମମ ହତ୍ୟା ପରେ ଅନିତା ଏବଂ ଦାଉଦଙ୍କ ପ୍ରେମ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣା ପଡ଼ିଥିଲା। ଏହି ହତ୍ୟା ପଛରେ କାରଣ ଏହା ଜଣା ପଡ଼ିଥିଲା ଯେ ଜାଭେଦ ଅନୀତାଙ୍କୁ ନିଜ ଫିଲ୍ମରେ ସାଇନ୍ କରିବାକୁ ମନା କରିଦେଇଥିଲେ। ଦାଉଦ ଏବଂ ଅନିତାଙ୍କ ସମ୍ପର୍କ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିଥିଲା କିନ୍ତୁ ମନ୍ଦାକିନୀଙ୍କ ଭଳି ଦାଉଦ ଅନିତାଙ୍କୁ ମଧ୍ୟ ବିବାହ କରିନଥିଲେ।

wp:gallery {"ids":[68373,68374]} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.