ନିଲାମ ହେବ ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମର ପୈତୃକ ସମ୍ପତ୍ତି

Published By : Prameya-News7 Bureau | November 02, 2020 IST

ମୁମ୍ବାଇ ୦୨/୧୧ : ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମର ପୈତୃକ ଗାଁ ମହାରାଷ୍ଟ୍ର ରତ୍ନଗିରି ଜିଲ୍ଲା ଖେଡ ତହସିଲ ଅନ୍ତର୍ଗତ ସମ୍ପତ୍ତି ନିଲାମ ହେବ। ବୋଲି ଲଗାଇବା ପାଇଁ ଇଛୁକ ପ୍ରାର୍ଥୀ ଆଜି ସମ୍ପତ୍ତି ନିରୀକ୍ଷଣ କରିବେ। ଏହି ହବେଲି ନିରୀକ୍ଷଣ କରିବାକୁ ଓକିଲ ଓ ପୂର୍ବତନ ଶିବ ସୈନିକ ଅଜୟ ଶ୍ରୀବାସ୍ତବ ରତ୍ନଗିରି ଯିବେ। ଶ୍ରୀବାସ୍ତବ ୨୦୦୧ ମସିହାରେ ମଧ୍ୟ ଦାଉଦର ଦୁଇଟି ସମ୍ପତ୍ତି ଉପରେ ବୋଲି ଲଗାଇ କିଣିଛନ୍ତି।

ସ୍ମଗଲର୍ସ ଆଣ୍ଡ ଫରେନ ଏକ୍ସଚେଞ୍ଜ ମେନିପ୍ୟୁଲେଟର୍ସ (SAFEMA) ଏଜେନ୍ସି ଦାଉଦର ସମ୍ପତ୍ତି ନିଲାମ କରିବ। ନଭେମ୍ବର ୧୦ ତାରିଖରେ ଇ-ନିଲାମୀ ଜରିଆରେ ନିଲାମୀ ପ୍ରକ୍ରିୟା କରାଯିବ। ଦାଉଦ୍ ଇବ୍ରାହିମର ଏହିସବୁ ସମ୍ପତ୍ତି ରତ୍ନଗିରି ତହସିଲ ଅଞ୍ଚଳରେ ରହିଛି। ଦାଉଦର ୭ଟି ଜମି ଓ ଗୋଟିଏ ଘର ନିଲାମ ହେବ।

ନଭେମ୍ବର ୬ ତାରିଖ ଯାଏଁ ଆପ୍ଲିକେସନ୍ ପ୍ରକ୍ରିୟା ପୁରା କରାଯିବ ଓ ବିଡିଂ ଲଗାଣକାରୀଙ୍କ ମାଧ୍ୟମରେ ଡିପୋଜିଟ୍ ଜମା କରାଯିବ। ଏହାପରେ ୧୦ ତାରିଖରେ ଇ-ନିଲାମୀ, ଟେଡରିଙ୍ଗ୍, ସାର୍ବଜନିକ ବିଡିଂ, ଏହିଭଳି ୩ଟି ପ୍ରୋସେସ ଜରିଆରେ ନିଲାମୀ ପ୍ରକ୍ରିୟା ହେବ। 

{"id":354948,"sizeSlug":"large"}

(SAFEMA) ଅନୁସାରେ, ଦାଉଦ୍ ସହ ତାର ସହଯୋଗୀ ଡ୍ରଗ୍ସ ମାଫିଆ ଇକବାଲ ମିର୍ଚ୍ଚିର ମୁମ୍ବାଇ ସ୍ଥିତ ଦୁଇଟି ସମ୍ପତ୍ତି ନିଲାମ କରାଯିବ। ଏହି ଦୁଇଟି ସମ୍ପତ୍ତି ସାନ୍ତାକୄଜର ଏକ କୋଠାରେ ୨ଟି ଫ୍ଲାଟ ରହିଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା। ୧୨୪୫ ବର୍ଗ ଫୁଟ୍ ବିଶିଷ୍ଟ ଦୁଇଟି ଫ୍ଲାଟର ମୂଲ୍ୟ ପାଖାପାଖି ୩ କୋଟି ୪୫ ଲକ୍ଷ ଟଙ୍କା।

ସୂଚନା ଅନୁଯାୟୀ, ଦାଉଦ୍ ଓ ଇକବାଲ୍ ମିର୍ଚ୍ଚିର ସମ୍ପତ୍ତି ନିଲାମୀ ଭିଡିଓ କନଫରେନସିଂ ଜରିଆରେ ହେବ। ଗତ ବର୍ଷ ଏପ୍ରିଲ ମାସରେ ସଫେମା ଦାଉଦର ଭଉଣୀ ହସିନା ପାରକର ନାଁରେ ୬୦୦ ବର୍ଗ ଫୁଟ ଫ୍ଲାଟର ନିଲାମୀ କରିଥିଲେ ଓ ୧ କୋଟି ୮୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ।

{"id":354952,"sizeSlug":"large"}

୯୦ ଦଶକରେ ଚୋରା ଚାଲାଣ, ଚୋରୀ, ଆତଙ୍କବାଦୀ କାର୍ଯ୍ୟକଳାପ, ନକଲି ଟଙ୍କା ଛାପିବା, ଡ୍ରଗ୍ସ, ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ରିଏଲ୍ ଇଷ୍ଟେଟ୍, ଗୁଟଖା, ହୋଟେଲ ବ୍ୟବସାୟ ଓ ଅନ୍ୟାନ୍ୟ କଳା ଧନ୍ଦା ଜରିଆରେ ପାକିସ୍ତାନ, ଦୁବାଇ, ତୁର୍କୀ ଓ ଦୁନିଆର ଅନ୍ୟ ଦେଶମାନଙ୍କରେ କୋଟି କୋଟି ଟଙ୍କାର ସମ୍ପତ୍ତି କରିଛି। କିନ୍ତୁ ନିଜ ପୈତୃକ ଗାଁରେ ଥିବା ଜମି, ଘର ଆଦି ବର୍ତ୍ତମାନ ନିଲାମ ହେବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.