Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଆଇପିଏଲ ପ୍ଲେଇଂ-୧୧ରେ ମିଳିନଥିଲା ସ୍ଥାନ, ହେଲେ ବିଶ୍ୱକପରେ କମାଲ କଲେ ଏହି ଖେଳାଳୀ

15/11/2021 at 11:56 AM

ନୂଆଦିଲ୍ଲୀ ୧୫/୧୧: ଅଷ୍ଟ୍ରେଲିଆ ଏବେ ଟି -20 ବିଶ୍ୱକପ୍‌ର ନୂଆ ଚାମ୍ପିୟନ ହୋଇଛି । ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଚାମ୍ପିଅନ ହୋଇଛି । ପୁଣି ଥରେ ମହାନ ମ୍ୟାଚରେ ଅଷ୍ଟ୍ରେଲିଆର ଓପନର୍ ଡେଭିଡ୍ ୱାର୍ଣ୍ଣର ଦାୟିତ୍ୱ ନେବା ସହ ଦଳକୁ ଦେଇଛନ୍ତି ବିଜୟ ।

ଆଇପିଏଲ୍ ୨୦୨୧ରେ ଡେଭିଡ ୱାର୍ଣ୍ଣରଙ୍କ ଉପରେ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ଯେତେବେଳେ ତାଙ୍କ ଦେଶ ପାଇଁ ଲଢେ କରିବାକୁ ସମୟ ଆସିଲା, ୱାର୍ଣ୍ଣର ସମସ୍ତଙ୍କୁ ଫଛରେ ପକାଇ ଦେଇଥିଲେ । ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଡେଭିଡ ୱାର୍ନରଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ କରାଯାଇଥିଲା । ଟି-୨୦ ବିଶ୍ୱକପ ପୂର୍ବରୁ ଖେଳାଯାଇଥିବା ଆଇପିଏଲରେ ଡେଭିଡ ୱାର୍ନରଙ୍କ ଫର୍ମ କାମ ଦେଇନଥିଲା ।

କ୍ରମାଗତ ବିଫଳତା ପରେ ପରିସ୍ଥିତି ଏପରି ହୋଇଯାଇଥିଲା ଯେ ସନରାଇଜର୍ସ ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣରଙ୍କ ଯାତ୍ରା ସରିଯାଇଥିଲା । କିନ୍ତୁ ଡେଭିଡ ୱାର୍ଣ୍ଣର ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି, ବିଫଳ ଆଇପିଏଲ ପରେ ସେ ଟି-୨୦ ବିଶ୍ୱକପରେ ନିଜ ଦେଶ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି । ଟି -୨୦ ବିଶ୍ୱକପ୍‌ରେ ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ଡେଭିଡ୍ ୱାର୍ଣ୍ଣର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କଠାରୁ ଆଗରେ ରହିଛନ୍ତି କେବଳ ପାକିସ୍ତାନ ଅଧିନାୟକ ବାବର ଆଜାମ ।

   Related Posts