କ୍ବାଲିଫାୟର ମ୍ୟାଚ ହାରିବା ପରେ ମୁହଁ ଖୋଲିଲେ ଓ୍ବାର୍ଣ୍ଣର ; କ୍ୟାଚ ଛାଡିବା ଏବଂ ଖରାପ ଫିଲଡିଂ ଯୋଗୁଁ ମ୍ୟାଚ ହାରିଲୁ-ଡେଭିଡ ଓ୍ବାର୍ଣ୍ଣର

Published By : Prameya-News7 Bureau | November 09, 2020 IST

ଆବୁ ଧାବି ୦୯/୧୧ : ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ବିତୀୟ କ୍ବ୍ୟାଲିଫାୟର ମ୍ୟାଚରେ ସନରାଇଜର୍ସ ହାଇଦରାବାଦକୁ ୧୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ ହାରିବା ପରେ ମୁହଁ ଖୋଲିଛନ୍ତି  ସନରାଇଜର୍ସ ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର । ସେ କହିଛନ୍ତି ଯେ ଫିଲଡିଂ ମିସ ଏବଂ କ୍ୟାଚ ମିସ୍ ମ୍ୟାଚ ହାରିବାର ପ୍ରମୁଖ କାରଣ । କେବଳ ଗତକାଲିର କ୍ବ୍ୟାଲିଫାୟର ମ୍ୟାଚ ନୁହେଁ ଚଳିତ ଆଇପିଏଲର ଅନେକ ଗୁଡିଏ ମ୍ୟାଚରେ ଖରାପ ପ୍ରଦର୍ଶନ କରିଛି ଟିମ, ଏହାହିଁ ମ୍ୟାଚ ହାରିବାର ମୂଳ କାରଣ ବୋଲି ଓ୍ବାର୍ଣ୍ଣର କହିଛନ୍ତି ।

ଓ୍ବାର୍ଣ୍ଣରଙ୍କ କହିଛନ୍ତି ଯଦି ଗୋଟିଏ ମ୍ୟାଚରେ ଏକାଧିକ କ୍ୟାଚ ଛଡାଯାଏ, ସୁଯୋଗ ହାତଛଡା କରାଯାଏ ତେବେ ଜିତିବା ଅସମ୍ଭବ । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଟିମ ଖରାପ ଆରମ୍ଭ କରିଥିଲା କିନ୍ତୁ ପରେ ମଧ୍ୟକ୍ରମ ଖେଳାଳି ଏହାକୁ ସୁଧାରିଥିଲେ ମଧ୍ୟ ଫିଲଡିଂ ଏବଂ କ୍ୟାଚ ମିସ ଯୋଗୁଁ  ମ୍ୟାଚ ହାତଛଡା ହେଲା । ଦିଲ୍ଲୀର ଦୁଇ ବ୍ୟାଟ୍ସମ୍ୟାନ ମାର୍କର ଷ୍ଟୋଇନିସ, ସିମରନ ହେଟମାୟର ଏବଂ ଶିଖର ଧାଓ୍ବନ ଚମତ୍କାର ଇନିଂସ ଖେଳିଥିଲେ । କିନ୍ତୁ ଧାଓ୍ବନ ଏବଂ ଷ୍ଟୋଇନିସଙ୍କ କ୍ୟାଚ ହାତଛଡା ମ୍ୟାଚ ହାରିବାର ପ୍ରମୁଖ କାରଣ ବୋଲି ଓ୍ବାର୍ଣ୍ଣର କହିଛନ୍ତି । ସେପଟେ ଖରାପ ଫିଲଡିଂର ଫାଇଦା ଉଠାଇ ମାତ୍ର ୩ ଓ୍ବିକେଟ ହରାଇ ୧୮୯ ରନ ସଂଗ୍ରହ କରିନେଇଥିଲା ଦିଲ୍ଲୀ । ଜବାବରେ ୮ ଓ୍ବିକେଟ ହରାଇ ୧୭୨ ରନ କରିପାରିଥିଲା ସନରାଇଜର୍ସ ହାଇଦରାବାଦ ।

ତୃତୀୟ ଓଭରରେ ମାତ୍ର ୩ ରନ କରିଥିବା ବେଳେ ଷ୍ଟୋଇନିସଙ୍କ କ୍ୟାଚ ହାତଛଡା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ଏହି କ୍ୟାଚ ଛାଡିବା ପରେ ୨୭ ବଲ ରୁ ୩୮ ରନ ସଂଗ୍ରହ କରିଥିଲେ ଷ୍ଟୋଇନିସ । ଇନିଂସର ୧୪ ତମ ଓଭରରେ ଶ୍ରେୟସ ଆୟରଙ୍କ କ୍ୟାଚ ହାତଛଡା ହୋଇଥିଲା । ଅବଶ୍ୟ ପରବର୍ତ୍ତୀ ଓଭରରେ ସେ ଆଉଟ ହୋଇଥିଲେ । ଶ୍ରେୟସ ଆୟର ୭୮ ରନ କରି ଆଉଟ ହୋଇଥିଲେ ।

ଆଇପିଏଲରେ ସନରାଇଜର୍ସ ହାଇଦରାବାଦ ତାର ଅଭିଯାନ ଶେଷ କରିଥିଲେ ମଧ୍ୟ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିବା ଗର୍ବର ବିଷୟ ବୋଲି ଓ୍ବାର୍ଣ୍ଣର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.