Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଆହତ ଓ୍ୱାର୍ଣ୍ଣରଙ୍କ ସ୍ଥାନରେ ମାର୍ସ କରିବେ ଓପନିଂ ! ଭାରତ ବିପକ୍ଷ ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ଏମିତି କହିଲେ ଅଷ୍ଟ୍ରେଲିଆ କୋଚ୍

12/12/2020 at 12:49 PM

ସିଡନୀ, ୧୨|୧୨:   ଭାରତ ବିପକ୍ଷରେ ଆଡିଲେଡରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ ଅଷ୍ଟ୍ରେଲିଆ । ଡିସେମ୍ବର ୧୭ ତାରିଖରୁ ସିରିଜର ପ୍ରଥମ ମ୍ୟାଚ୍ ଆରମ୍ଭ ହେବ । ଟେଷ୍ଟ୍ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଦମଦାର ବ୍ୟାଟସମ୍ୟାନ୍ ସନ୍ ମାର୍ସ ଓପନିଂ କରିପାରନ୍ତି ବୋଲି କହିଛନ୍ତି ଦଳର କୋଚ୍ ଜଷ୍ଟିନ୍ ଲାଙ୍ଗର୍ ।

ଦଳର ପ୍ରମୁଖ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଆହତ ହୋଇଛନ୍ତି । ତେଣୁ ସେ ପ୍ରଥମ ଟେଷ୍ଟ ଖେଳୁ ନାହାଁନ୍ତି । ଫଳରେ ଦଳର ଓପନିଂ କିଏ କରିବ ତାକୁ ନେଇ ଚିନ୍ତା ବଢିଥିଲା । ଏହାକୁ ନେଇ ଦଳରେ ଅନେକ ବିଚାରବିମର୍ଶ ମଧ୍ୟ ହୋଇଛି ।

୩୭ ବର୍ଷୀୟ ମାର୍ସ ଅଷ୍ଟ୍ରେଲିଆ ପାଇଁ ଜୁନ ୨୦୧୯ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଚ ମ୍ୟାଚ୍ ଖେଳିଥିଲେ । ଏହାସହ ଗତ ବର୍ଷ ସିଡନୀରେ ସେ ଭାରତ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ ।

ଲାଙ୍ଗର୍ କହିଛନ୍ତି ଯେ, ବୟସ ଅଧିକ ପାଇଁ କାହା ସହ ପକ୍ଷପାତିତା କରାଯିବ ନାହିଁ । ମାର୍ସ ନିଜକୁ ପ୍ରମାଣିତ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ସୋଫିଲ୍ଡ ସିଲ୍ଡରେ ସେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ତେଣୁ ସେ ଓପନିଂ କରିପାରନ୍ତି ।

ମାର୍ସ ସୋଫିଲ୍ଡ ସିଲ୍ଡରେ ୪ଟି ମ୍ୟାଚରୁ ତିନୋଟି ଶତକ ଲଗାଇଥିଲେ । ଆଡିଲେଡରେ ହେବାକୁ ଥିବା ଟେଷ୍ଟ୍ ମ୍ୟାଚ ପିଙ୍କ ବଲରେ ଖେଳାଯିବ ।  ଉଭୟ ଦଳ ଚାରୋଟି ଟେଷ୍ଟ୍ ମ୍ୟାଚ୍ ଖେଳିବେ ।

   Related Posts