୧୦୮ ଦିନ ପରେ ପତ୍ନୀ ଓ ଝିଅଙ୍କୁ ଭେଟିଲେ ଡେଭିଡ୍ ଓ୍ୱାର୍ଣ୍ଣର, ପୋଷ୍ଟ କଲେ ଭିଡିଓ

Published By : Prameya-News7 Bureau | November 27, 2020 IST

ସିଡନୀ,୨୭/୧୧:  ଦୀର୍ଘ ୧୦୮ ଦିନ ପରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ନିଜ ପରିବାର ଲୋକଙ୍କୁ ଭେଟିଛନ୍ତି । ସେ ନିଜ ପତ୍ନୀ କ୍ୟାନଡିକ୍ ଓ୍ୱାର୍ଣ୍ଣର ଓ ୩ ଝିଅ ମାଏ, ଇଣ୍ଡି ରାଏ ଓ ଇସଲା ରୋଜଙ୍କ ସହ ସମୟ ବିତାଇଛନ୍ତି । ଏହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

wp:html /wp:html

ଓ୍ୱାର୍ଣ୍ଣର ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଘରୁ ବାହାରେ ରହିଥିଲେ । ପ୍ରଥମେ ସେ ଅଗଷ୍ଟରେ ଇଂଲଣ୍ଡ ଗସ୍ତ କରି ଦିନିକିଆ ଓ ଟି୨୦ ଖେଳିଥିଲେ । ଏହାପରେ ଦୁବାଇ ଗସ୍ତ କରି ଆଇପିଏଲ ଖେଳିଥିଲେ ।

ସେ ଚଳିତ ମାସର ଆରମ୍ଭରେ ଅଷ୍ଟ୍ରେଲିଆ ଫେରିଥିଲେ । ନିୟମାନୁସାରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଗୁରୁବାର ସେ ଘରକୁ ଫେରିଥିଲେ । ଏହାପରେ ନିଜ ପରିବାର ଲୋକଙ୍କୁ ଭେଟିବାକୁ ତାଙ୍କୁ ସୁଯୋଗ ମିଳିଥିଲା ।

wp:html
/wp:html

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।ଫ୍ୟାନମାନେ ମଧ୍ୟ ଭିଡିଓକୁ ଅନେକ ମାତ୍ରାରେ ଦେଖିଛନ୍ତି । ଏହାସହ ଓ୍ୱାର୍ଣ୍ଣର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.