ଟେଷ୍ଟ ଟିମ୍କୁ ଫେରିଲେ ଏହି ଷ୍ଟାର କ୍ରିକେଟର, ବାଦ୍ ପଡିଲେ ଯୁବ ଖେଳାଳି
30/12/2020 at 1:10 PM

ସିଡ୍ନୀ ୩୦।୧୨: ରୋଚକ ମୋଡରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ । ଆଡିଲେଡ୍ ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆର ଶୋଚନୀୟ ପରାଜୟ ସିରିଜରେ ଆଣିଛି ନୂଆ ମୋଡ । ୪ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ ହୋଇଥିବା ବେଳେ ଉଭୟ ଦଳ ୧-୧ରେ ବରାବର ସ୍ଥିତିରେ ଅଛନ୍ତି । ଦୁଇ ଦଳର ନଜର ଏବେ ଆସନ୍ତା ଟେଷ୍ଟ ମ୍ୟାଚ୍ରେ । ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଥିବା ୩ୟ ଟେଷ୍ଟ ମ୍ୟାଚ୍ରେ ଉଭୟ ଦଳ ବାଜିମାତ କରିବା ପାଇଁ ଚେଷ୍ଟା କରିବେ । ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ଟିମ୍ର ଶୋଚନୀୟ ପରାଜୟ ପରେ ଦଳରେ ଅଦଳବଦଳ କରିଛି ଟିମ୍ ମ୍ୟାନେଜମେଣ୍ଟ ।
ଜାନୁଆରୀ ୭ରେ ଆରମ୍ଭ ହେବାକୁ ଥିବା ୩ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଟିମ୍ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି । ଟିମ୍ର ଷ୍ଟାର ଓପନ୍ର ଡେଭିଡ ଓ୍ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଓ୍ୱାର୍ଣ୍ଣର ଯୁବ ବ୍ୟାଟସମ୍ୟାନ୍ତୁର୍କ ଓ୍ୱିଲ୍ ପୁକୋଭ୍କିଙ୍କ ସହିତ ଓପନ୍ କରିବାର ସୂଚନା ରହିଛି । ସେହିପରି ଖରାବ ଫର୍ମ ପାଇଁ ଓପନର ଜୋ ବୋନ୍ସଙ୍କୁ ଟିମ୍ରୁ ବାହାର କରାଯାଇଛି । ଦିନିକିଆ ସିରିଜରେ ଆହତ ହୋଇ ଟେଷ୍ଟ ସିରିଜର କିଛି ମ୍ୟାଚ୍ରୁ ବାଦ୍ ପଡିଥିଲେ ଓ୍ୱାର୍ଣ୍ଣର ।
JUST IN: Joe Burns has been dropped as David Warner and Will Pucovski return to the Australian Test squad. Details: https://t.co/muyWqmxPLv #AUSvIND pic.twitter.com/lrp072uwaC
— cricket.com.au (@cricketcomau) December 30, 2020
ଅନ୍ୟପଟେ ଅଷ୍ଟ୍ରେଲିଆର ଘରୋଇ କ୍ରିକେଟ୍ ଚହଲ ସୃଷ୍ଟି କରିଥିବା ଯୁବ ବ୍ୟାବସମ୍ୟାନ୍ ଓ୍ୱିଲ୍ ପୁକୋଭ୍କିଙ୍କୁ ପ୍ରଥମ ଟେଷ୍ଟ ଖେଳିବା ପ୍ରାୟତଃ ନିଶ୍ଚିତ ବୋଲି ସୂଚନା ରହିଛି । ଅଭ୍ୟାସ ମ୍ୟାଚ୍ ବେଳେ ତାଙ୍କ ମୁଣ୍ଡରେ ବଲ୍ ବାଜିବାରୁ ୨ଟି ଟେଷ୍ଟରୁ ବାହାର କରିଥିବା ଟିମ୍ ମ୍ୟାନେଜମେଣ୍ଟ । ଅଷ୍ଟ୍ରେଲିଆ ଟିମ୍ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସିରିଜ୍ରେ ବଡ଼ ସ୍କୋର କରିନାହିଁ । ଆଡିଲେଡ଼୍ ଟେଷ୍ଟରେ ୧୯୧ରନ୍ କରିବା ପରେ ୮ ଓ୍ୱିକେଟ୍ରେ ବିଜୟୀ ହୋଇଥିଲା । ସେହିପରି ମେଲବର୍ଣ୍ଣ ଟେଷ୍ଟରେ ୧୯୫ ଓ ୨୦୦ରନ୍ କରିବାରେ ହିଂ ସମର୍ଥ ହୋଇଥିଲା । ଶେଷରେ ଭାରତୀୟ ଟିମ୍ ମେଲବର୍ଣ୍ଣ ଟେଷ୍ଟକୁ ୮ ଓ୍ୱିକେଟ୍ରେ ବିଜୟୀ ହୋଇଥିଲା ।

ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍- ଟିମ୍ ପେନ୍ (ଅଧିନାୟକ), ଷ୍ଟିଭ୍ ସ୍ମିଥ୍, ଡେଭିଡ଼ ଓ୍ୱାର୍ଣ୍ଣର, ଓ୍ୱିଲ୍ ପୁକୋଭ୍କି, ମାର୍ନସ ଲାବୁସେନ, ପ୍ୟାଟ୍ କମିନ୍ସ, କେମରୋନ ଗ୍ରୀନ୍, ଜୋସ ହେଜେଲହୁଡ଼, ଟ୍ରାଭିସ ହେଡ଼୍, ନାଥମ ଲାୟନ, ମିଚେଲ ଷ୍ଟାର୍କ, ମାର୍କସ ହାରିସ୍, ସିନ୍ ଆବୋଟ, ମାଇଜେସ୍ ହେନେରିକ୍ସ, ମାଇକେଲ ନସୀର, ଜେମ୍ସ ପାର୍ଟିସନ, ମିଚେଲ୍ ସ୍ୱିପନସ, ମ୍ୟାଥ୍ୟୁ ଓ୍ୱେଡ଼୍