Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଓଡିଶା ଜୋନର ୩୨ଟି ଡିଏଭି ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଦେଲେ ୨ ଦିନର ଦରମା

6/04/2020 at 6:26 PM

ଭୁବନେଶ୍ୱର, ୦୬|୦୪:  ଡିଏଭି ଶିକ୍ଷାନୁଷ୍ଠାନ ସମୂହ ବିଭିନ୍ନ ସଙ୍କଟ ସମୟରେ ସର୍ବଦା ରାଜ୍ୟକୁ ସହଯୋଗ କରିଆସିଛି । ୧୯୯୯ ମହାବାତ୍ୟା ହେଉ ବା ଫନି, ଏହି ଶିକ୍ଷାନୁଷ୍ଠାନ ସଦାବେଳେ ଏକ ଦାୟିତ୍ୱବାନ ଅନୁଷ୍ଠାନ ଭାବେ ସରକାରଙ୍କୁ ସାହାଯ୍ୟ କରିଛି । ଏବେ ସାରା ବିଶ୍ୱ କରୋନା ଭାଇରସର ଆତଙ୍କରେ ଥରହର ହେଉଛି ।

କରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ଡିଏଭି କଲେଜ୍ ମ୍ୟାନେଜମେଣ୍ଟର କମିଟିର ସଭାପତି ପଦ୍ମଶ୍ରୀ ଡାକ୍ତର ପୁନମ ସୂରୀ ୫ କୋଟି ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।ଏହାସହ କିଛିଦିନ ପୂର୍ବରୁ ସେ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ମଧ୍ୟ ଫନି କ୍ଷତିଗ୍ରସ୍ତଙ୍କ ସହାୟତା ପାଇଁ ୨ କୋଟି ଟଙ୍କା ଦାନ କରିଥିଲେ । ଯେତେବେଳେ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଘୋଷଣା କରିଥିଲେ ସେହି ସମୟରେ ଓଡିଶା ଜୋନର ୩୨ଟି ଡିଏଭି ଶିକ୍ଷାନୁଷ୍ଠାନର ଶିକ୍ଷକ ସେମାନଙ୍କ ୨ଦିନର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

ଡିଏଭି ଶିକ୍ଷାନୁଷ୍ଠାନର ରିଜିଓନାଲ ଅଫିସର ଡାକ୍ତର କେସି ଶତପଥୀ ୨୫ ଲକ୍ଷ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଏହା କରୋନା ମୁକାବିଲା କ୍ଷେତ୍ରରେ ଏକ ଛୋଟିଆ ପଦକ୍ଷେପ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଡିଏଭି ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା କ୍ଷେତ୍ରରେ ଯଥାସମ୍ଭବ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । ଘରେ ରହିବା ସହ ସରକାରଙ୍କୁ କରୋନା ମୁକାବିଲାରେ ସହାୟତା କରିବା ପାଇଁ ସେ ନିବେଦନ କରିଛନ୍ତି ।

   Related Posts