ଝିଅ କଲା ପ୍ରେମ ବିବାହ: ଲୋକଲଜ୍ଜା ଯୋଗୁଁ କେନାଲ ଭିତରକୁ ଚଳନ୍ତା କାର ଡିଆଇଁ ଦେଲେ ବାପା, ପୁଅ ଓ ପତ୍ନୀ ସହ ଗଲା ଜୀବନ
4/11/2019 at 6:53 PM

ଫତେହବାଦ୪/୧୦: ଏକ ଅଭାବନୀୟ ଘଟଣା ଘଟିଛି। ଝିଅର ପ୍ରେମ ବିବାହ ଯୋଗୁଁ ଗୋଟିଏ ପରିବାର ତିନିଜଣ ସଦସ୍ୟ ଏକାସାଙ୍ଗରେ ଆତ୍ମହତ୍ୟା କରିଛନ୍ତି। ଝିଅର ପ୍ରେମ ବିବାହରେ ତାଙ୍କ ବାପା ନିରଞ୍ଜନ ଖୁସି ନଥିଲେ। ନିରଞ୍ଜନଙ୍କୁ ନ ଜଣାଇ ତାଙ୍କ ଝିଅ ପ୍ରେମ ବିବାହ କରିଥିଲେ। ଝିଅର ଏଭଳି କାର୍ଯ୍ୟକଳାପ ନିରଞ୍ଜନଙ୍କୁ ଶକ୍ତ ଆଘାତ ଦେଇଥିଲା। କୁହାଯାଉଛି କି କାର୍ରେ ବସି ସ୍ବାମୀ ଓ ସ୍ତ୍ରୀ ଏବଂ ପୁଅ ଯାଉଥିଲେ। ହଠାତ୍ କାରକୁ କେନାଲରେ ଭିତରକୁ ନିରଞ୍ଜନ ପୂରାଇ ଦେଇଥିଲେ। କେନାରେ ଅଧିକ ପାଣି ଥିବାରୁ ଗାଡ଼ିଟି ବୁଡ଼ି ଯାଇଥିଲା । ଯାହାଫଳରେ କାର ଭିତରେ ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କ ମୃତ ଶରୀର ଉଦ୍ଧାର କରିଛି। ହରିୟାଣର ଫତେହବାଦ ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ପୋଲିସର ସୂଚନା ଅନୁସାରେ ୫୧ ବର୍ଷ ବୟସ୍କ ନିରଞ୍ଜନ ଏବଂ ତାଙ୍କ ପତ୍ନୀ ନୀଲମ ଓ ୧୧ ବର୍ଷର ପୁଅ ଅର୍ସ ରବିବାର ଠାରୁ କୁଆଡ଼େ ଗାୟବ ହୋଇଯାଇଥିଲେ। କାହାକୁ କିଛି ନ କହି ସିଧା କାରରେ ବସି ଚାଲି ଯାଇଥିଲେ। ନିରଞ୍ଜନ ଭାଇଙ୍କ କହିବା ଅନୁସାରେ ଲୋକଲଜ୍ଜାରେ ଭୟରେ ତାଙ୍କ ଭାଇ, ଭାଉଜ ଓ ପୁତୁରା ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ନିରଞ୍ଜନ ବହୁ ଦିନ ହେବ ଦୁଃଖରେ ଥିଲେ। ଅଚାନକ ନିରଞ୍ଜନ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ଗୁଆଡ଼େ ଗାୟବ ହୋଇ ଯାଇଥିଲେ। ରାତ୍ରଗଡ଼ କେନାଲରେ କାର ଭାସୁଥିବା ନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର ଉଦ୍ଧାର କରି ଶବ ଚିହ୍ନଟ ପରେ ସବୁ କଥା ସାମ୍ନାକୁ ଆସିଥିଲା।