ଏହି କାରଣ ଯୋଗୁଁ ବୁଧବାର ଦିନ ଝିଅଙ୍କୁ ପଠାଯାଇନଥାଏ ଶାଶୁଘର : ଜାଣନ୍ତୁ

Published By : Prameya-News7 Bureau | October 02, 2019 IST

ହିନ୍ଦୁ ଧର୍ମରେ ଅନେକ ପ୍ରଥା ଏବଂ ପରମ୍ପରା ରହିଥାଏ। ଏଥିରେ ସମସ୍ତ କାର୍ଯ୍ୟ ସହ ଜଡ଼ିତ କିଛି ନିୟମ କରାଯାଇଛି। ପ୍ରାୟତଃ ଦେଖାଯାଏ ଯେ ଆମେ ନିୟମଗୁଡ଼ିକୁ ପାଳନ ତ କରିଥାଉ କିନ୍ତୁ ଏହା ପଛରେ ରହିଥିବା କାରଣ ଅଧିକାଂଶ ଲୋକଙ୍କୁ ଜଣାନଥାଏ। ଏପରି ଏକ ନିୟମ ହେଉଛି ଯେ ଝିଅଙ୍କୁ ବୁଧବାର ଦିନ ଶ୍ବଶୁର ଘରକୁ ପଠାଯାଏ ନାହିଁ। କିନ୍ତୁ ଏହି ନିୟମ ସହ ଜଡ଼ିତ ରହସ୍ୟ ଅନେକ ଲୋକଙ୍କୁ ଜଣାନଥିବ। ଏଥିପାଇଁ ଆଜି ଆମେ ଶାସ୍ତ୍ରରେ କୁହାଯାଇଥିବା ଏହି ନିୟମ ସହ ଜଡ଼ିତ ସୂଚନା ବିଷୟରେ କହିବୁ।

ବୁଧବାର ଝିଅକୁ ବିଦା କଲେ ଆପଣଙ୍କ ଝିଅର ଜୀବନ ଅତ୍ୟନ୍ତ ଦୁଃଖଦାୟକ ହୋଇଥାଏ। ଯଦି ଆପଣଙ୍କ ଝିଅର ବୁଧ ଗ୍ରହ ଦଶା ଖରାପ ଥିବ ତେବେ ଆପଣଙ୍କୁ ଏହି ଭୁଲ୍ ଜମା କରିବା ଅନୁଚିତ୍।

ବୁଧ ଗ୍ରହ ଚନ୍ଦ୍ରର ଶତ୍ରୃ ହୋଇଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରକୁ ଯାତ୍ରାର କାରକ କୁହାଯାଇଥାଏ ଏବଂ ବୁଧକୁ ଲାଭର କାରକ କୁହାଯାଇଥାଏ। ଏଥିପାଇଁ ଏହି ଗ୍ରହର ପ୍ରଭାବ ଅନେକ ଥର ବ୍ୟକ୍ତିଙ୍କ ଜୀବନରେ ପଡ଼ିଥାଏ।

ବୁଧବାର ଝିଅକୁ ବିଦା କରିବା ଦ୍ବାରା ରାସ୍ତାରେ କୌଣସି ପ୍ରକାରର ଦୁର୍ଘଟଣା ହେବାର ସମ୍ଭାବନା ଥାଏ। କେବଳ ଏତିକି ନୁହେଁ,ଆପଣଙ୍କ ଝିଅର ଶ୍ବଶୁରଘର ସହ ସମ୍ପର୍କ ବିଗିଡ଼ିପାରେ।

ବୁଧବାର କୌଣସି ପ୍ରକାରର ଯାତ୍ରା କରିବା ହାନିକାରକ ହୋଇଥାଏ। ଯଦି ବୁଧ ଖରାପ ଚାଲିଥାଏ ତେବେ ଦୁର୍ଘଟଣା କିମ୍ବା କୌଣସି ଧରଣର ଅନିଷ୍ଟ ହେବାର ସମ୍ଭାବନା ବଢ଼ିଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.