ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଥିବା ମା'କୁ ବଞ୍ଚାଇବାକୁ ନିଜ ମୁହଁରୁ ଅକ୍ସିଜେନ ଦେଲା ଝିଅ, ଭାବବିହ୍ଵଳ କରିଦେବ ଏହି ଦୃଶ୍ୟ

Published By : Prameya-News7 Bureau | May 02, 2021 IST

ବହରାଇଚ ୦୨/୦୫ : ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି | ପ୍ରତି ଘରେ ୨-୩ ଜଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି | ଅଧିକାଂଶ ଜିଲ୍ଲାର ସ୍ଥିତି ବେହାଲ ରହିଛି | ସଂକ୍ରମଣ ମାମଲା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଲଗାତାର ବଢ଼ିବାରେ ଲାଗିଛି | ଅନେକ ସ୍ଥାନରୁ ମୃତ୍ୟୁ, ଅବ୍ୟବସ୍ଥାର ତମାମ ଖବର ସାମ୍ନାକୁ ଆସୁଛି | କରୋନା ମାମଲା ବୃଦ୍ଧି ପାଇଥିବାବେଳେ ଅକ୍ସିଜେନ ସଙ୍କଟ ମଧ୍ୟ ଦେଖାଦେଇଛି | ଲୋକେ ଅକ୍ସିଜେନ ପାଇଁ ଏଣେତେଣେ ବୁଲୁଛନ୍ତି କିନ୍ତୁ ତଥାପି ଅକ୍ସିଜେନ ପାଇପାରୁନାହାନ୍ତି | ଏପଟେ ସରକାର ଅକ୍ସିଜେନ ପହଞ୍ଚାଇବା ନେଇ ଅନେକ ଦାବି କରୁଛନ୍ତି କିନ୍ତୁ ଗ୍ରାଉଣ୍ଡରେ ସ୍ଥିତି ବିକଟାଳ ରୂପ ଧାରଣ କରିଛି |

wp:embed {"url":"https://www.youtube.com/embed/2EZ0-LBcqGs","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/2EZ0-LBcqGs
/wp:embed

ଇତି ମଧ୍ୟରେ ବହରାଇଚ ମେଡିକାଲ କଲେଜରୁ ଏକ ଭାବବିହ୍ଵଳ କଲାଭଳି ଦୃଶ୍ୟ ସାମ୍ନାକୁ ଆସିଛି | ଅକ୍ସିଜେନ ପାଇଁ ନିଜ ଜୀବନ ସହ ସଂଘର୍ଷ କରୁଥିବା ଜଣେ ମହିଳାଙ୍କୁ ତାଙ୍କ ଝିଅ ନିଜ ମୁହଁରୁ ନିଶ୍ୱାସ ଦେଉଥିବା ନଜର ଆସିଛନ୍ତି | ବହରାଇଚ ମେଡିକାଲ କଲେଜରେ ଜଣେ ମା' ଅକ୍ସିଜେନ ପାଇଁ ଘଣ୍ଟା ଘଣ୍ଟା ଧରି ସଂଗ୍ରାମ କରିଥିଲେ କିନ୍ତୁ ତଥାପି ତାଙ୍କୁ ଅକ୍ସିଜେନ ମିଳିନଥିଲା | ମା'ଙ୍କ ଏହିଭଳି ସ୍ଥିତି ଦେଖି ଝିଅ ନିଜ ମୁହଁରୁ ତାଙ୍କୁ ଅକ୍ସିଜେନ ଦେଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ | ଝିଅ ମା'କୁ ନିଶ୍ୱାସ ଦେଇଥିବା ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.