Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୃତ ବାପାଙ୍କ ସାର୍ଟ ସଫା କଲାବେଳେ ପାକେଟରୁ ବାହାରିଲା ଚିଠି : ଚିଠିରେ ଯାହା ଲେଖା ଯାଇଥିଲା ତାକୁ ପଢି ଆଶ୍ଚର୍ଯ୍ୟ ହୋଇଗଲା ଝିଅ

5/02/2019 at 11:35 AM

ଭାରତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ଧ ବିଶ୍ୱାସ ଏବଂ ଗୁଣି ଗ୍ରେଡି ଉପରେ ବହୁତ ବିଶ୍ୱାସ କରନ୍ତି | ଏପରିକି କିଛି ଲୋକେ ଅଛନ୍ତି ଯେଉଁମାନେ ଭଗବାନଙ୍କ ଠାରୁ ମଧ୍ୟ ଅଧିକ ଅନ୍ଧ ବିଶ୍ୱାସ ଉପରେ ବିଶ୍ଵାସ ରଖନ୍ତି | ସେମାନେ ଭାବନ୍ତି ଗୁଣି ଗାରେଡି ସବୁ କିଛି ସମ୍ଭବ | ଏମିତି ଏକ ଅନ୍ଧ ବିଶ୍ୱାସ ଘଟଣା ସାମ୍ନାକୁ ଆସିଛି | ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା | ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଘରଲୋକେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ | ଅନ୍ତିମ ସଂସ୍କାରର କିଛି ଦିନ ପରେ ସେହି ବ୍ୟକ୍ତିଙ୍କ ଝିଅ ବାପାଙ୍କ ଡ୍ରେସ ସଫା କରୁଥିଲେ | ଡ୍ରେସ ସଫା କଲାବେଳେ ଯୁବତୀଙ୍କୁ ସାର୍ଟ ପାକେଟରୁ ଏକ କାଗଜ ମିଳିଥିଲା | କାଗଜରେ ଯାହା ଲେଖା ହୋଇଥିଲା ତାକୁ ପଢି ଯୁବତୀଙ୍କ ହୋସ ଉଡ଼ିଗଲା | ଚିଠି ପଢିବା ପରେ ସେହି ବ୍ୟକ୍ତିଙ୍କ ମୃତ୍ୟୁର ରହସ୍ୟ ଖୋଲି ଯାଇଥିଲା |


ବ୍ୟକ୍ତିଙ୍କ ପାକେଟରୁ ଯେଉଁ କାଗଜ ମିଳିଥିଲା ଏବଂ ସେଥିରେ ଯାହା ଲେଖା ଯାଇଥିଲା ତାକୁ ଜଣେ ତାନ୍ତ୍ରିକ ଲେଖିଥିବା ସ୍ପଷ୍ଟ ହୋଇଯାଇଥିଲା | ଚିଠିରେ କ’ଣ ଲେଖାଯାଇଥିଲା ଜାଣନ୍ତୁ | ଚିଠିରେ ଲେଖା ଯାଇଥିଲା ଯେ, ଯଦି ବ୍ୟକ୍ତି ଜଣକ ତାଙ୍କ ଜମିରେ ପୋତା ଯାଇଥିବା ସୁନା ପାଇବା ପାଇଁ ଚାହୁଁଛନ୍ତି ତାହେଲେ ତାଙ୍କୁ ନିଜ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣଙ୍କର ବଳି ଦେବାକୁ ପଡିବ | ତାନ୍ତ୍ରିକର କଥାରେ ପଡି ବ୍ୟକ୍ତି ଜଣକ ନିଜ ଦାଦାପୁଅ ଭାଇକୁ ବଳି ଦେଇଥିଲେ | ଘଟଣା ଜଣାପଡିବା ପରେ ପୋଲିସ ତାନ୍ତ୍ରିକକୁ ଗିରଫ କରିଥିଲା | ପୋଲିସ ତାନ୍ତ୍ରିକ ଏବଂ ତାନ୍ତ୍ରିକର ଭାଇକୁ ଗିରଫ କରି ଏ ସମ୍ପର୍କରେ ପଚରାଉଚୁରା କରୁଛି |

   Related Posts