Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବାହାଘର ପାଇଁ ଆବଶ୍ୟକୀୟ ଅର୍ଥ ନଥିବାରୁ ଝିଅକୁ କିରୋସିନ ଢାଳି ନିଆଁ ଲଗାଇଦେଲା ବାପା

25/03/2019 at 1:27 PM

ବରେଲୀ ୨୫/୩ : ଝିଅର ବିବାହକୁ ନେଇ ଚିନ୍ତିତ ଥିଲେ ପରିବାରଲୋକେ | ଝିଅ ବାହାଘର କରିବା ପାଇଁ ଆବଶ୍ୟକୀୟ ଅର୍ଥ ନଥିଲା ବୋଲି ଝିଅକୁ କିରୋସିନ ଢାଳି ଜିଅନ୍ତା ଜାଳି ଦେଇଛି ବାପା | ଯୁବତୀଙ୍କ ମା’ ଏନେନି ଥାନାରେ ସ୍ୱାମୀ ବିରୋଧରେ ଅଭିଯୋଗ କରିଛନ୍ତି | ଯୁବତୀଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଛି | ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ମାସେ ପୂର୍ବରୁ ଅଭିଯୁକ୍ତ ବାପା ବଡ ଝିଅକୁ ମଧ୍ୟ ପୋଡି ଦେବା ପାଇଁ ଚେଷ୍ଟା କରିଥିଲା |


ହାଫିଜଗଞ୍ଜ ଅନ୍ତର୍ଗତ ହରହରପୁର ଗାଁରେ ଘଟିଛି ଏହିଭଳି ଘଟଣା | ୧୯ ବର୍ଷ ବୟସ୍କା ସେବିଙ୍କୁ ନେଇ ତାଙ୍କ ମା’ ବିଳମ୍ବିତ ରାତି ପ୍ରାୟ ୯ଟା ବେଳେ ହସ୍ପିଟାଲରେ ପହଂଚିଥିଲେ | ସେ ନିଜ ସ୍ୱାମୀ ବିରୋଧରେ ଅଭିଯୋଗ କରିଥିଲେ | ସେବିଙ୍କ ବାପା ବହୁତ ମଦ ପିଏ ବୋଲି କହିଥିଲେ ମା | ସେ ଯାହା ରୋଜଗାର କରେ ସବୁ ମଦ ପିଇ ସରିଦିଆ | ଯେଉଁଥିପାଇଁ ପରିବାର ଚଳେଇବାରେ ବହୁତ କଷ୍ଟ ହୋଇଥାଏ | ୩ ଝିଅଙ୍କ ବାହାଘର ପାଇଁ ଘରେ ଅର୍ଥ ନାହିଁ | ସେଥିପାଇଁ ଘରେ ସବୁବେଳେ ଆସନ୍ତି ଲାଗି ରହିଥାଏ | ବାପା ମା ଭିତରେ ସବୁଇବେଳେ ମାରପିଟ ମଧ୍ୟ ହୋଇଥାଏ | ଗତକାଲି ରାତିରେ ଅଭିଯୁକ୍ତ ବାପା ମଦ ପିଇ ଘରକୁ ଆସିଥିଲା ଏବଂ ନିଜ ଭାଇମାନଙ୍କ ସହଯୋଗରେ ଝିଅ ସେବି ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା | ଫଳରେ ସେବି ଗମ୍ଭୀର ଆହତ ହୋଇଛନ୍ତି |


ନିଆଁ ଲାଗିବାରୁ ସେବି ପାଟି କରିଥିଲେ ଏବଂ ଘର ଭିତରେ ଏପଟେ ସେପଟେ ଦୌଡ଼ିଥିଲେ | ପାଟି ଶୁଣି ପଡୋଶୀଲୋକେ ଦୌଡ଼ି ଆସିଥିଲେ ଏବଂ ପାଣି ଢାଳି ନିଆଁ ଲିଭାଇଥିଲେ | ସେତେବେଳେ ତାଙ୍କ ଶରୀରର ୯୦ ପ୍ରତିଶତ ପୋଡି ସାରିଥିଲା | ଏନେଇ ଗ୍ରାମବାସୀ ଥାନାରେ ଏତଲା ଦେଇଥିଲେ | ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସେବିଙ୍କୁ ସ୍ଥାନୀୟ ହସ୍ପିଟାଲ ପଠାଇଥିଲା | ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଦେଖି ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ସେବିଙ୍କ ମା’ ସ୍ୱମୀ ଏବଂ ତାଙ୍କ ୨ ଦୁଇ ଭାଇଙ୍କ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି |

   Related Posts