Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଦୀର୍ଘ ୧୨ ବର୍ଷ ପରେ ହଜିଲା ଝିଅକୁ ଫେରି ପାଇଲା ପରିବାର: ଫେରିବାର ବାଟ ଦେଖାଇଲା ସୋସିଆଲ ମିଡିଆ

13/11/2020 at 10:46 AM

ମାଥିଲି୧୩/୧୧: ଦିଲ୍ଲୀରୁ ଉଦ୍ଧାର ହେଲେ ଯୁବତୀ। ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୧୨ ବର୍ଷ ପରେ ପ୍ରଶାସନ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ମାଥିଲି ବ୍ଳକ ପାଙ୍ଗାମ ପଞ୍ଚାୟତ କଦମଗୁଡାର ରଘୁନାଥ ଭୂମିଆଙ୍କ ଝିଅ ତୁଳସା ଭୂମିଆ ବାର ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିଲେ। ପରିବାର ବର୍ଗ ଖୋଜାଖୋଜି କରିବା ସହ ପୋଲିସକୁ ଜଣାଇଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା। ଶେଷରେ ଚୁପ ରହିଯାଇଥିଲେ ପରିବାର ବର୍ଗ । ଦୀର୍ଘ ଦିନ ପରେ ଝିଅ ଦିଲ୍ଲୀରେ ଥିବା ଖବରପାଇ ଉଦ୍ଧାରପାଇଁ ପ୍ରଶାସନର ସହଯୋଗ ଲୋଡିଥିଲେ। ଜିଲ୍ଲା ପ୍ରଶାସନ ଦିଲ୍ଲୀର ରାଜେନ୍ଦ୍ର ନଗରରୁ ଉଦ୍ଧାର କରି ପରିବାର ନିକଟରେ ପହଞ୍ଚାଇଛି।

ଗତ ୧୨ ବର୍ଷ ପୂର୍ବେ ଗ୍ରାମର ଏକ ଦମ୍ପତି ବୁଲେଇବାକୁ ନେବା ବାହାନାରେ ତୁଳସାଙ୍କୁ ଫୁସୁଲାଇ ପରିବାର ଅଜାଣତରେ ନେଇ ଯାଇଥିଲେ । ତାଙ୍କୁ ରାଉରକେଲାରେ ଏକ ଭଡାଘରେ ରଖିଥିବା ବେଳେ ଦିନେ ତୁଳସା ଶୋଇଥିବା ବେଳେ ତାଙ୍କୁ ଛାଡିଦେଇ ଚମ୍ପଟ ମାରିଥିଲେ ଉକ୍ତ ଦମ୍ପତି । ତେବେ ଅଜଣା ସ୍ଥାନରେ କାହାକୁ ଜାଣିନଥିବା ଏବଂ ଫେରାର ଦମ୍ପତି ଘରମାଲିକଙ୍କୁ ପଇସା ବାକି ଥିବାରୁ ତୁଳସାଙ୍କୁ କାମ ଲଗାଇ ଅର୍ଥ ଆଦାୟ କରିଥିଲେ ଘର ମାଲିକ। ଦିନେ ଜଣେ ସାଙ୍ଗ ସହ ସେ କୌଣସୀ ପ୍ରକାରେ ସେଠାରୁ ମୁକୁଳି ଦିଲ୍ଲୀ ଚାଲିଯାଇଥିଲେ । ସେଠାରେ ଅନ୍ୟଉପାୟ ନପାଇ ରାଜେନ୍ଦନଗର ସ୍ଥିତ ଲାଲଭବାନୀ ନାମକ ବ୍ୟକ୍ତିଙ୍କ ଘରେ କାମ କରୁଥିଲେ ।

ସୋସିଆଲ ମିଡିଆ ତୁଳସାଙ୍କୁ ଘରକୁ ଫେରିବାର ବାଟ ଦେଖାଇଲା । ଦିନେ ୟୁଟ୍ୟୁବ ମାଧ୍ୟମରେ ମାଲକାନଗିରି ଜିଲ୍ଲାର ଦେଶିଆ ନାଟକ ଦେଖିବା ପରେ ସେଥିରେ ଥିବା ମୋବାଇଲ ନମ୍ବର ସହ ଯୋଗାଯୋଗ କରି କଦମଗୁଡାରେ ଥିବା ପରିବାର ବର୍ଗଙ୍କ ସହ ଯୋଗାଯୋଗ କରିଥିଲେ। ସେ ଘରକୁ ଫେରିବାକୁ ଚାହୁଁଥିବା କହିଥିଲେ। ଦୀର୍ଘ ଦିନ ପରେ ନିଜ ହଜିବା ଝିଅ ଦିଲ୍ଲୀରେ ଥିବା ଖବରପାଇ ମାଥିଲି ଥାନାରେ ଜଣାଇବା ସହ ଅର୍ଥାଭାବରୁ ପ୍ରଶାସନର ସହଯୋଗ ଲୋଡିଥିଲେ। ଜିଲ୍ଲାପାଳ ମନିଷ ଅଗ୍ରଓ୍ବାଲ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ଏକ ଟିମ ଦିଲ୍ଲି ପଠାଇଥିଲେ । ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନ ଦିଲ୍ଲୀ ଶ୍ରମ କମିସନର ଓ ସ୍ଥାନୀୟ ପୋଲିସ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି ।

ଦୀର୍ଘ ବାର ବର୍ଷ ପରେ ହଜିଲା ଝିଅକୁ ପାଇବା ପରେ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ପ୍ରଶାସନ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ। ପ୍ରଶାସନ ତଫରୁ ଉକ୍ତ ଯୁବତୀଙ୍କ ଥଇଥାନ କରାଯାଇ ଆତ୍ମନିର୍ଭରଶୀଳ କରାଇବା ପାଇଁ ଯୋଜନା କରୁଥିବା ଜଣାଯାଇଛି।

   Related Posts