Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପ୍ରେମ ବିବାହ କରିବାରୁ ଝିଅକୁ ଲୋମଟାଙ୍କୁରା ଦଣ୍ଡ ଦେଲେ ବାପା-ମା’, ଦୃଶ୍ୟ ଦେଖି ଶିହରି ଉଠିଲା ପୋଲିସ

10/09/2021 at 8:05 PM

ନୂଆଦିଲ୍ଲୀ ୧୦/୦୯ : ନିଜ ପସନ୍ଦରେ ଯୁବକଙ୍କୁ ପ୍ରେମ ବିବାହ କରିଥିବା ଜଣେ ଯୁବତୀଙ୍କୁ ନିଜ ପିତାମାତା ଏପରି ଦଣ୍ଡ ଦେଇଛନ୍ତି ଯେ ଜାଣିଲେ ଆପଣଙ୍କ ଲୋମଟାଙ୍କୁରୀ ଯିବ। ଅଭିଯୁକ୍ତ ଯୁବତୀଙ୍କୁ ଶାଶୁଘରୁ ଜବରଦସ୍ତି ନେଇଆସିଥିଲେ ଓ ନିଜ ଘରେ ଗରମ ଛୁରୀରେ ଦାଗି ଦେଇଥିଲେ। ପରଦିନ ଯୁବକ ନିଜ ପତ୍ନୀଙ୍କ ଅବସ୍ଥା ଦେଖି ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଯୁବତୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ଭର୍ତ୍ତି କରି ତାଙ୍କ ବୟାନ ଆଧାରରେ ମାମଲା ରୁଜ୍ଜୁ କରିଛି। ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁବତୀଙ୍କ ପିତାମାତାକୁ ଗିରଫ କରିଛି। ମାମଲା ଦିଲ୍ଲୀ ଭଲସ୍ୱା ଡାୟରୀ ଅଞ୍ଚଳର।

ପୀଡିତା ହେଲେ ସ୍ୱାମୀ ଶ୍ରଦ୍ଧାନନ୍ଦ ନିବାସୀ ୧୯ ବର୍ଷୀୟ ଆନନ୍ଦି। ଆନନ୍ଦି ପୋଲିସକୁ କହିଛନ୍ତି ଯେ ୪ ବର୍ଷ ପୂର୍ବରୁ ତାଙ୍କର ସାକ୍ଷାତ ପଡିଶାରେ ରହୁଥିବା ରଞ୍ଜନ ସହ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା। ସେପ୍ଟେମ୍ବର ୭ରେ ଦୁହେଁ ରୋହିଣୀ କୋର୍ଟରେ ବିବାହ କରିଥିଲେ। ବିବାହ ପରେ ସେ ନିଜ ଶାଶୂଘରକୁ ଯାଇଥିଲେ। ସେତେବେଳେ ତାଙ୍କ ଶାଶୁ ସୁନିତା ଦେବୀ ଘରେ ନଥିଲେ। ତାଙ୍କ ନଣନ୍ଦଙ୍କ ଡେଲିଭରି ପାଇଁ ସେ ହସ୍ପିଟାଲ ଯାଇଥିଲେ। ସେ ରାତିରେ ଘରକୁ ଆସିଲେ। ରାତି ପ୍ରାୟ ୩ଟା ସମୟରେ ତାଙ୍କ ମା’ ଅନିତା ଦେବୀ ରଞ୍ଜନଙ୍କ ଘରକୁ ଯାଇ ଜବରଦସ୍ତି ତାଙ୍କୁ ନିଜ ଘରକୁ ନେଇଆସିଥିଲେ।

ଆନନ୍ଦିଙ୍କ ଶାଶୁ କହିଥିଲେ ଯେ ଦୁହେଁ ବିବାହ କରିସାରିଛନ୍ତି, ସେମାନଙ୍କୁ ଏଇଠି ରହିବାକୁ ଦିଅନ୍ତୁ। କିନ୍ତୁ ତାଙ୍କ ମା’ ମାନିନଥିଲେ ଓ ଝିଅକୁ ନେଇ ନିଜ ଘରକୁ ଚାଲିଆସିଲେ। ଆନନ୍ଦି କହିଛନ୍ତି ଯେ ସେ ନିଜ ଇଛାରେ ବିବାହ କରିଥିବାରୁ ତାଙ୍କ ପିତାମାତା ତାଙ୍କୁ ପିଟିଥିଲେ ଓ ଛୁରୀ ଗରମ କରି ତାଙ୍କ ହାତ, ଗୋଡ ଓ ମୁହଁରେ ଚେଙ୍କ ଦେଇଥିଲେ।

ତାଙ୍କ ମା’ ତାଙ୍କୁ ଡ଼ରାଇବାକୁ ତାଙ୍କ ଉପରେ କିରୋସିନ ବି ଢାଳି ଦେଇଥିଲେ। ସକାଳେ ୮ଟା ରେ ତାଙ୍କ ସ୍ୱାମୀ ରଞ୍ଜନ ତାଙ୍କ ଘରକୁ ଆସିଥିଲେ ଓ ତାଙ୍କ ଦୟନୀୟ ଅବସ୍ଥା ଦେଖି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଜଗଜୀବନ ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣାରେ ପୋଲିସ ଆନନ୍ଦିଙ୍କ ପିତାମାତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ଉଭୟଙ୍କୁ ଗିରଫ କରିଛି।

   Related Posts